ଅମର୍ଦାରୋଡ ଅଞ୍ଚଳରେ ଆନନ୍ଦ ଉଲ୍ଲାସରେ ରଜପର୍ବ ଉଦଯାପିତ।
ବାଲେଶ୍ୱର, ୧୭/୦୬ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା, ବସ୍ତା ବ୍ଲକ ଅଞ୍ଚଳର ପୁରପଲ୍ଲୀରେ ରଜପର୍ବ ଧୁମଧାମରେ ପାଳିତ ହେଉଛି। ବସ୍ତା ବ୍ଲକର ଅମର୍ଦାରୋଡ, ବସ୍ତା, ଦରଡ଼ା, ମୁକୁଳିସି, ରୁ ରୂପସା ଓ ବିଭିନ୍ନ ଅଞ୍ଚଳରେ ଆନନ୍ଦ ଉଲ୍ଲାସରେ ପାଳିତ ହେଇଯାଇଛି। ଅମର୍ଦାରୋଡ ନଟାକଟା ପଞ୍ଚାୟତର ଶ୍ୟାସୁନ୍ଦରପୁର ଗ୍ରାମର ଏସ ଏସ ରଜ କମିଟି ଆନୁ କୁଲ୍ୟରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଯାପିତ ହୋଇଯାଇଛି। କ୍ଲବ ସଦସ୍ୟଙ୍କ ତାତ୍ବାବଧନରେ ବିଭିନ୍ନ ପ୍ରତିଯୋଗି ତା ଅନୁଷ୍ଠିତ ହୋଇଥିଲା। କ୍ଲବ ପକ୍ଷରୁ ସମୋବାର ସନ୍ଧ୍ୟାରେ ୮ ଘଟିକା ସମୟରେ ଏକ ପୁରସ୍କାର ବିତରଣୀ ସଭା ଅୟୋଜନ ହୋଇଥିଲା। କ୍ଲବ ସଭାପତି ରବୀନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚଳନା କରିଥିଲେ।ପୁରସ୍କାର ବିତରଣୀ ଉତ୍ସବରେ କ୍ଲବ ସଭାପତି ରବୀନ୍ଦ୍ର ପରିଡାଙ୍କ ସଭାପତି ତ୍ବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି,ମୁଖ୍ୟବକ୍ତା ଭାବେ ଡ:ଦିଲିପ କୁମାର ପାତ୍ର, ବିଶିଷ୍ଟ ଅତିଥି ଭାବେ ଗ୍ରାମ ମାଲିକ ଚିତ୍ତ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ମାଟି ଓ ଆକାଶର ପର୍ବ ରଜ। ମାଟି ଓ ମୌସୁମୀର ମିଳନ ପର୍ବ ରଜ।ଓଡ଼ିଆ ସଂସ୍କୃତିକ ଭାବଧାରାରେ ଓତଃପ୍ରୋତଃ ଭାବେ ଜଡ଼ିତ ରଜ ଏକ କୃଷିଭିତ୍ତିକ ମହାପର୍ବ। ଆଷାଢ଼ର ଏହା ହେଉଛି ଆଦ୍ୟ ପର୍ବ।କୃଷି ଓ କୃଷକ ଏବଂ ଭୂମିରୁ ଭାବନାତ୍ମକ ଜୀବନର ମୂଳଦୁଆ ପକାଇଥିବା ଏହି ପର୍ବଟି ଓଡ଼ିଶା ବାସୀଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିଥାଏ ବୋଲି କହିବା ସହିତ ଓଡ଼ିଶା ବାସୀଙ୍କ ପାଇଁ ରଜ ପର୍ବ ଏକ ନିଆରା ପର୍ବ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ୨୦ ଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଥିବା ୫୮ ଜଣ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରି ଥିଲେ। ଏତତ ବ୍ୟତୀତ ୧ ଶହ ଜଣଙ୍କୁ ଶାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରିଥିଲେ।ସମସ୍ତ ଖେଳର ବିବରଣୀ ଆଶିଷ କୁମାର ପରିଡ଼ା ପ୍ରଦାନ କରିଥିବା ବେଳେ କମିଟି ସଦସ୍ୟ ଆଶୁତୋଷ ମହାନ୍ତି, ଦିବ୍ୟ ନାରାୟଣ ଶୁର, ଦେବାଶିଷ ମହାନ୍ତି, ଉତ୍ତମ କୁମାର ଆଚାର୍ଯ୍ୟ, ଓମ ପ୍ରକାଶ ପାତ୍ର, ଶମ୍ଭୁନାଥ ପରିଡ଼ା, ଉତ୍ସବ ପରିଡା, ଶମ୍ଭୁନାଥ ମହାନ୍ତି, ଶିବ ଶଙ୍କର ଶୂର ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଗତ ୩ ଦିନ ଧରି ଚାଲି ଥିବା ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ଉତ୍ସବ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡେନ୍ସ ଓଡ଼ିଶା ଡେନ୍ସ ଗ୍ରୁପ ଦ୍ୱାରା ସଙ୍ଗୀତ ନୃତ୍ୟରେ ଦର୍ଶକ ମନ ମୋହି ନେଇଥିଲେ। ସେହିପରି ବସନ୍ତପୁର ଗ୍ରାମ ରଜ କମିଟି ପକ୍ଷରୁ ୩ ଦିନ ବ୍ୟାପୀ ବସନ୍ତ୍ପୂପୁର ପୋଖରୀ ଠାରେ ଧୁମଧାମରେ ଗଣ ରଜ ଉତ୍ସବ ପାଳିତ ହୋଇ ଯାଇଛି।କମିଟି ସଦସ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ସଭାପତି ସତ୍ୟବ୍ରତ ସାହୁ(ଟୁନା) ପୌରହିତରେ ମୁଖ୍ୟ ଅତିଥି ଭାବେ ଅମର୍ଦାରୋଡ ଫାଣ୍ଡି ଅଧିକାରୀ ଏସ ଆଇ ବିଜୟ କୁମାର ବାରିକ, ମୁଖ୍ୟବକ୍ତା ଭାବେ ରାଜ୍ୟ ଓଷ୍ଟା ସମ୍ପାଦକ ଗୋପି ବଲ୍ଲଭ ଭୂୟାଁ, ବିଶିଷ୍ଟ ଅତିଥି ଭାବେ ଡ:ସୁଦୀପ୍ତ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ରାଜ କିଶୋର ମହାନ୍ତି, ରାମ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ ମହୋତ୍ସବ ପୁରାତନ ସଂସ୍କୃତିକୁ ଉଦଜିବିତ କରିବା ସହିତ ସମ୍ପର୍କର ରଜକୁ ଦୃଢିଭୂତ କରିଥାଏ ଏବଂ ଲୋପ ପାଇଯାଉଥିବା ପରମ୍ପରାକୁ ପୁଣି ଥରେ ରୁଦ୍ଧିମନ୍ତ କରାଇବା ମତବ୍ୟକ୍ତ କରିଥିଲେ। ପରପିଢ଼ିକୁ ଉତ୍ସାହିତ କରିବା ଦିଗରେ ଏହି ଗ୍ରାମର ମହିଳା ମାନଙ୍କ ଉପସ୍ଥିତି ଅତ୍ୟନ୍ତ ପ୍ରଶଂସନୀୟ ଥିଲା l ଶେଷରେ ଖେଳ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାର ବିଚାରକ ଭାବେ ତାପସ ବେହେରା ଓ ବନଜା ମହାନ୍ତି ଯୋଗଦେଇଥିଲେ। ୨୪ ଟି ପ୍ରତିଯୋଗିତା ଅଂଶ ଗ୍ରହଣ କରି ୫୩ ଜଣ କୃତିତ୍ବ ହାସଲ କରିଥିବା କୃତି ପ୍ରତିଭାଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା।କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କମିଟି ସଭାପତି ସତ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l