Hot Posts

6/recent/ticker-posts

ମଇଁଷି ବୋଝେଇ କଣ୍ଟେନର ଅଟକ | ପ୍ରାୟ କୋଡିଏ ରୁ ଉର୍ଦ୍ଧ ମଇଁଷି ଚାଲାଣ ବେଳେ ଧରିଲେ ଯୁବଗୋଷ୍ଠୀ |

କଳାହାଣ୍ଡି, ୨୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଲାହାଣ୍ଡି ଜିଲ୍ଲା କୋକସରା ଥାନା ଡଙ୍ଗରୀଗୁଡା ଏନ୍ଏଚ୍ 26 ରାସ୍ତା ରେ ମଇଁଷି ବୋଝେଇ କଣ୍ଟେନର କୁ ଧରିଲେ କୋକସରା ୟଙ୍ଗ୍ ଷ୍ଟାର୍ ଓ ହିନ୍ଦୁ ସଂଗଠନ ର ଯୁବ ଗୋଷ୍ଠୀ | ରବିବାର ସକାଳୁ ରାଇଘର ରୁ ପାର୍ବତୀ ପୂରମ୍ ମଇଁଷି ଚାଲାଣ ହେଉଥିବା ବେଳେ କଣ୍ଟେନର ର ଚକ ଫାଟି ଯିବାରୁ ଗାଡି ଟି ରାସ୍ତା ଉପରେ ରହି ଯାଇଥିଲା |ଗାଡି ଉପରେ ସନ୍ଦେହ ହେବାରୁ ଖୋଲି ଦେଖିବାରୁ କଣ୍ଟେନର ଭିତରେ ମଇଁଷି ଭର୍ତି ଥିବା ଦେଖିଥିଲେ | ଏନେଇ କୋକସରା ଥାନା ପୋଲିସ କୁ ଖବର ଦେବାରୁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ଡ୍ରାଇଭର୍ ଫେରାର୍ ରହିଥିବା ବେଳେ ସହଯୋଗୀ କୁ ପୋଲିସ ଜିମା ଦେଇଛନ୍ତି ଯୁବଗୋଷ୍ଠୀ |


 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ