ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।
କଳାହାଣ୍ଡି, ୨୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଜ୍ୟର ବିଜେପି ସରକାର ଓଡିଶାବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି।bସଂପ୍ରତି ମଣ୍ଡି ସମସ୍ୟା ଯୋଗୁଁ ମଣ୍ଡି ରୁ ଧାନ ନଉଠିବା ପ୍ରସଙ୍ଗ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଗୁରୁତର ଅବହେଳା, ଅବହେଳା ଯୋଗୁଁ ଧର୍ମଗଡ଼ ରକ୍ତ ଭଣ୍ଡାର ବନ୍ଦ ହେଵା ଓ ରକ୍ତ ଅଭାବରୁ ଜଣେ ଶିଶୁ ର ମୃତ୍ୟୁ ଘଟିବା,ରାୟଗଡା ଜ଼ିଲ୍ଲା କଲ୍ୟାଣସିଂପୁର ଠାରେ ଦୁଇ ଜଣ ସ୍ବେଛାସେବୀକୁ ଉଲଗ୍ନ କରି ମାଡ ମାରିବା, ରାଜ୍ୟରେ ଧର୍ଷଣ ଚୋରି ଡକାୟତି ବୃଦ୍ଧି ପାଇ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବା, ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ବହିରେ ଗୁରୁତର ତ୍ରୁଟି, ଅନେକସମ୍ବେଦନଶୀଳ ଘଟଣା ରେ ସରକାରଙ୍କ ନିଷ୍କ୍ରିୟତା ଆଦି ସମସ୍ୟା ନେଇ ଆଜି ଧର୍ମଗଡ଼ ନିର୍ଵାଚନ ମଣ୍ଡଳୀର ଧର୍ମଗଡ଼ ଠାରେ ବିଜୁ ଜନତା ଦଳ ଧର୍ମଗଡ଼ ପକ୍ଷରୁ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି l ସରକାର ଆଗାମୀ ଦିନ ରେ ଏହି ସମସ୍ୟା ଗୁଡିକ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଂପାଦକ ପୁଷ୍ପେନ୍ଦ୍ର ସିଂଦେଓ ପ୍ରକାଶ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ରେ ବିଜେଡି ର ନେତୃବୃନ୍ଦ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ