Hot Posts

6/recent/ticker-posts

ନେଗୀଗୁଡା ବୁଡି ବନ୍ଦ ପଙ୍କ ଉଦ୍ଧାର କେବେ ହେବ

କୋକସରା, ୨୯/୦୬ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ସାନ ପୋଡା ଗୁଡା ପଞ୍ଚାୟତ ନେଗୀଗୁଡା ଗ୍ରାମ ରେ ଏବେ ବୁଡି ବନ୍ଦ କୁ ନେଇ ଜଳକଷ୍ଟ ସାଙ୍ଗକୁ ଦୂଷିତ ପରିବେଶକୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. I ଗ୍ରାମର ମୁଖ୍ୟ ପୋଖରୀଟି ଏବେ ପଙ୍କ ଓ ପୋଚା କାଦୁଅରେ ପରିପୂର୍ଣ୍ଣ ହୋଇ ଏକ ପ୍ରକାର ବ୍ୟବହାର ଅନୁପ‌ଯୋଗୀ ହୋଇପଡ଼ିଛି.ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଏହି ପୋଖରୀରେ ଗ୍ରାମର ସମସ୍ତ ଲୋକ ନିର୍ଭର କରନ୍ତି.ପାଣି ପଚି ସଢ଼ି ଯାଇଥିବାରୁ ସେଥୂରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି । ଏହି ପୋଖରୀ ଜଦି ବ୍ୟବହାର କରା ଯିବ ସେମାନେ ବିଭିନ୍ନ ପ୍ରକାର ଚର୍ମ ରୋଗ ଓ ଜଳବାହିତ ରୋଗରେ ଆକ୍ରାନ୍ତି ହେବାର ଆଶଙ୍କା ଦେଖାଦେଇଛି । ପୋଖରୀ ଜଳ ଏତେ ମାତ୍ରାରେ ଦୂଷିତ ହୋଇ‌ଛି ଯେ ସାଧାରଣ ଲୋକେ ଗାଧୋଇବା ପାଇଁ ମଧ୍ଯ ନାହିଁ ନଥୂବା ହଇରାଣ ହେଉଛନ୍ତି । ଏଭଳି ସ୍ପର୍ଶକାତର ସମସ୍ୟା ବାବଦରେ ବୁଦ୍ଧିଜୀବି ମହଲରେ ଗଭୀର ଚିନ୍ତା ପ୍ରକଟ କରାଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏତେ ସବୁ ପରେ ମଧ୍ଯ କୌଣସି ପଞ୍ଚାୟତ ଅଧୂକାରୀ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦେଖା ମିଳୁନାହିଁ । ପୋଖରୀର ସଫେଇ କିମ୍ବା ପୁନରୁଦ୍ଧାର ପାଇଁ ପଞ୍ଚାୟତ ପ୍ରଶାସନ ଆଖୁ ବୁଜି ଦେଇଥ‌ିବା ଅଭିଯୋଗ ହେଉଛି । ଅଭିଯୋଗ କାରି ଙ୍କ ପ୍ରତିକ୍ରିୟା ଅନୁଯାୟୀ ତୁରନ୍ତ ଏହି ପୋଖରୀ ର ପଙ୍କ ଉଦ୍ଧାର ଓ ସଫେଇ କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ହୋଇଛି ।