ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି ୨ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
ଭବାନପାଟଣା, ୨୧/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନପାଟଣା ସହର ସ୍ଥିତ ଅମଲା ଭବନ ଠାରେ ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି ୨ୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯାଦବ ମହାସଭା ସଧାରଣ ସଂପାଦକ ଶ୍ରୀତ୍ରିପୁରା ନାଏକ ଉପସ୍ଥିତ ସମସ୍ତ ଯାଦବ ବନ୍ଧୁ ମାନଙ୍କୁ ସ୍ୱାଗତ ଜଣେଇ ବୈଠକ ଆରମ୍ଭ କରିଥିଲେ। ତାପରେ ଯାଦବକୁଳ ଇଷ୍ଟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଫୋଟୋରେ ପୂଜାର୍ଚନା ପରେ ବୈଠକ ଆରଂଭ ହୋଈଥିଲା। ସଭାପତି ଶ୍ରୀ ନୃପରାଜ ଯାଦବ ବୈଠକ କରିବାର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରିବା ସହ ଜିଲ୍ଲା ପୂର୍ଣ୍ଣାଙ୍ଗ ସମିତି କର୍ମକର୍ତା ଙ୍କ ନାମ ଘୋଷଣା ପରେ ଜିଲ୍ଲା ପୂର୍ଣ୍ଣାଙ୍ଗ ସମିତି କର୍ମକର୍ତାଙ୍କୁ ପୁଷ୍ପ ମାଲ୍ୟ ଓ ଉତ୍ତରୀୟ ସହ ସମ୍ମାନିତ ପରେ ଶପଥ ପାଠ କରେଇ ଥିଲେ। ତାପରେ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପ୍ରସ୍ତୁତ ଯାଦବ ସଂବିଧାନ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ବୈଠକରେ ଶ୍ରୀମତି ସଂଯୁକ୍ତା ବେହେରା, ସକିତ୍ ରତେ, ଗିରିଧାରୀ ଗଉଡ଼, ଜଗଦୀଶ ଯାଦବ, ଅଲେଖ ଚନ୍ଦ୍ର ଗୋପାଳ, ଯୁଧିଷ୍ଟିର ଗଉଡ଼, ଅର୍ଜୁନ ଭାଟି, ବିଶ୍ୱରଞ୍ଜନ ଧଙ୍ଗଡା ମାଝୀ, ଓ ପୂର୍ଣ୍ଣଚନ୍ଦ୍ର ଗଉଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ଯାଦବ ସଂବିଧାନକୁ ପ୍ରତି ଗାଁକୁ ପହଞ୍ଚେବା ସହ ନିୟମ ନୀତିକୁ କଡ଼ାକଡ଼ି ଭାବରେ ଲାଗୁ କରିବା, ମହାସଭାକୁ ସରକାରଙ୍କ ଠାରେ ପଞ୍ଜିକରଣ କରିବା, ମହିଳା ସଶକ୍ତି କରଣ, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ମଞ୍ଚାସୀନ ଅତିଥି ପ୍ରମୁଖ ଆଲୋଚନା କରିଥିଲେ। ଧନ୍ଯବାଦ ଅର୍ପଣ ପରେ ବୈଠକ ସମାପ୍ତ ହୋଈଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ