12 ବର୍ଷ ର ବାଳିକା କୁ ଟ୍ରେନ ରେ ଅସଦା ଚରଣ ଯୁବକ ଗିରଫ
ରାୟଗଡ଼ା, ୨୨/୦୬ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ରେଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶୋଭନ ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ରାୟଗଡା ଜିଆରପି ପୁଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ବିକାଶ ବାଘ, ଯିଏ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ନାବାଳିକା ଜଣକ କୋରାପୁଟ ରୁ ରାୟଗଡ଼ ଅଭିମୁଖେ ଆସୁଥିବା ସମୟ ରେ ଟ୍ରେନରେ ଯାତ୍ରା କରୁଥିବା ବେଳେ ବିକାଶ ତାଙ୍କୁ ଖରାପ ଇଙ୍ଗିତ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ ଜିଆରପି ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିକାଶ ବାଘ ଲକ୍ଷ୍ମୀପୁର ବିଧାୟକ ପବିତ୍ର ଶାଉଣ୍ଟା ଡ୍ରାଇଭର ବୋଲି ଜଣା ପଡ଼ିଛି ହେଉଥିବାବେଳେ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଅଧିକ ସୂଚନା ଅପେକ୍ଷାରେ ରହିଛି।