ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ ମୋଡ଼: ବଏଫ୍ରେଣ୍ଡ ଭୀମସେନ ଟୁଡୁ ଗିରଫ
କଟକ, ୧୩/୦୬ ( କାହୁଁ ଚରଣ ବାରିକ ) : ବାଲେଶ୍ଵର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଙ୍କ ବଏଫ୍ରେଣ୍ଡ ଗିରଫ । ମୟୁରଭଞ୍ଜ ରୁ ଭୀମସେନ ଟୁଡୁଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଏକ ସ୍ୱତନ୍ତ୍ର ଟିମ ମୟୁରଭଞ୍ଜ ରେ ତଦନ୍ତ କରୁଥିଲା ବେଳେ ଗତକାଲି ଭୀମସେନ ଟୁଡୁ ଙ୍କୁ ହ୍ୟାଣ୍ଡକପ ପକାଇଛି କମିଶନରେଟ ପୋଲିସ ।ଭୀମସେନ ଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପୋଲିସ ପାଇଛି। ଚନ୍ଦ୍ରିକା ଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ପରିସ୍ଥିତି ସୃଷ୍ଟି କରିଥିଲେ। ଯାହା ଫଳରେ ଚନ୍ଦ୍ରିକା ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି ।।ଚନ୍ଦ୍ରିକା ଓ ଭୀମସେନ ନବୋଦୟରେ ଏକାକୀ ପାଠ ପଢୁଥିଲା। ଯୁକ୍ତ ଦୁଇ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଧୀରେ ଧୀରେ ଚନ୍ଦ୍ରିକା ହେମ୍ବ୍ରମ ଓ ଭୀମସେନ ଟୁଡୁ ନିକଟତର ହେବାକୁ ଲାଗିଥିଲେ । ଫୋନ କଲ , ଚ୍ୟାଟିଂ ରେ ଉଭୟ ଦିନ ତମାମ ଯୋଡି ହୋଇ ରହୁଥିଲେ। ସମୟ ଗଡ଼ିବା ସହ ପ୍ରେମ ସମ୍ପର୍କ ରେ କିଛି ମାତ୍ରାରେ ବିଛେଦ ଭାବ ଦେଖା ଦେଇଥିଲା। ଯାହା whats app ଚ୍ୟାଟିଂ ରୁ ଜାଣିବାକୁ ପାଇଛି ପୋଲିସ। ଧୀରେ ଧୀରେ ଚନ୍ଦ୍ରିକାଙ୍କ ରଙ୍ଗ ଓ ବୃତ୍ତି କୁ ନେଇ ଭୀମସେନ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ । ଏପରିକି ନିଜର ରଙ୍ଗ କୁ ପରିବର୍ତ୍ତନ କରିବା ପାଇଁ ଭୁବନେଶ୍ବରର ଡାକ୍ତର ଙ୍କ ଠୁ ଚିକିତ୍ସା କରାଉଥିଲେ ଚନ୍ଦ୍ରିକା ।ହେଲେ ସମୟ ଗଡ଼ିବା ସହ ଭୀମସେନ ଓଏସ ଟ୍ରେନିଂ ଜାରି ରହିଥିଲା ବେଳେ ଚନ୍ଦ୍ରିକା କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିଲେ। ଆଉ କିଛି ବାଟ ନପାଇ ମୃତ୍ୟ ପୂର୍ବରୁ ଅନେକ ଥର କଲ କରିଥିଲା ଚନ୍ଦ୍ରିକା । ହେଲେ ସେ କଲ ଉଠାଇ ନଥିଲେ।ଏମିତିକି ଅନ୍ୟର ମୋବାଇଲ୍ ମାଗି ମଧ୍ୟ କଲ୍ କରିଥିଲେ ଚନ୍ଦ୍ରିକା। ହେଲେ ସେତବେଳକୁ ନିଜ ଜୀବନ କୁ ଧିକାର ଅନୁଭବ କରିଥିଲେ ଚନ୍ଦ୍ରିକା । ଆଉ କିଛି ସମୟ ମଧ୍ୟରେ ଭୁବନେଶ୍ୱର ରୁ ଏକ ସ୍କୁଟିରେ ଆସି କଟକ କାଠଯୋଡ଼ି କୁ ଡେଇଁ ଜୀବନ ହାରିଥିଲେ ଚନ୍ଦ୍ରିକା ।ଅନ୍ୟପଟେ ଚନ୍ଦ୍ରିକାଙ୍କ ମୃତ୍ୟ ଖବର ଜାଣି ଓ ଏ ଏସ ଟ୍ରେନିଂ ସେଣ୍ଟର ରୁ ଫେରାର ହୋଇଯାଇଥିଲେ ଭୀମସେନ । ଏହାପରେ କିଛି ଦିନ ଭିନ୍ନ ଭିନ୍ନ ସ୍ଥାନ ବୁଲିବା ପରେ ମୟୂରଭଞ୍ଜ ବିଶୋଇ ଥାନା ରେ ଆତ୍ମ ସମର୍ପଣ କରିଥିଲେ ଭୀମସେନ। ଏହା ପରେ ବାରଙ୍ଗ ଥାନା ପୋଲିସ ସେଠାରେ ପହଞ୍ଚି ଭୀମସେନ ଙ୍କୁ କଟକ ଆଣିଥିଲା। ଭୀମସେନ ଙ୍କ ଟ୍ରେନିଂ ସମୟରେ ବ୍ୟବହାର କରୁଥିବା ମୋବାଇଲ , ଲ୍ୟାପଟପ ଜବତ୍ ସହ ଏସ ଏଫ୍ ଏସ ଏଲ କୁ ପଠାଯାଇଛି। ଚନ୍ଦ୍ରିକା ହେମ୍ବ୍ରମ ଙ୍କ ମୃତ୍ୟୁ ପାଇଁ ଦାୟୀ ଅଭିଯୋଗ ରେ ଭୀମସେନ ଟୁଡୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଅଧିକ ତଥ୍ୟ ପାଇଁ ଦରକାର ପଡ଼ିଲେ ରିମାଣ୍ଡ ରେ ଅଣା ଯିବ ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ।