Hot Posts

6/recent/ticker-posts

ଅତାବିରାରେ ୩.୮୪ କୋଟି ଟଙ୍କାର ଆଧୁନିକ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ଅତାବିରା, ୧୩/୦୬ ( ନରେନ୍ଦ୍ର ପ୍ରଧାନ ) : ଅତାବିରା ଏନ୍ଏସି ପକ୍ଷରୁ ଉନ୍ନତଧରଣର ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ବିଧାୟକ ନିହାର ମହାନନ୍ଦଙ୍କ ଦ୍ବାରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ୩.୮୪ କୋଟି ଟଙ୍କା ବ୍ୟୟ ଅଟକଳରେ ୮୦ଟିରୁ ଉର୍ଦ୍ଧ୍ବ ଦୋକନ ହେବ। ବର୍ତ୍ତମାନ ଦେଇଥିବା ଦୋକାନୀମାନଙ୍କ ନା’ରେ ଦିଆଯିବ। ଏହା ସହ ଅନ୍ୟ ବ୍ୟବସାୟୀ ମାନେ ଦୋକାନ ଗୃହ ନେବାପାଇ ଆବେଦନ କରିବେ। ପ୍ରଭାବିତ ଦୋକାନୀଙ୍କୁ କିଛି ସମୟ ପାଇଁ ଧର୍ଯ୍ୟ ରଖିବାକୁ କୁହାଯାଇଛି। ଅତାବିରା ଗ୍ରାମ୍ୟ ନ୍ୟାୟାଳୟ ସମ୍ମୁଖ ପଡ଼ାରେ ଏକ ଭବ୍ୟ ୧.୮୦ କୋଟିର ଡ଼ାକବଙ୍ଗଳା କରାଯିବ। ଏଥିରେ ପ୍ରଭାବିତ ପଡ଼ାବସୀଙ୍କୁ ରେଂଗାଲିକେମ୍ପରେ ଘର ତିଆରି କରି, ପାନୀୟ ଜଳ, ବିଦ୍ୟୁତ ସଂଯୋଗ କରି ବଣ୍ଟନ କରାଯିବ। ଉଠାଦୋକାନୀ, ଠେଲାମାନଙ୍କ ପାଇଁ ଫୁଟ୍ କୋର୍ଟ ଅତିଶୀଘ୍ର କରାଯିବ। ଆଗାମୀ ଦିନରେ ଅତାବିରା ବିକାଶ ଆହୁରି ହେବ। ବିକାଶ ଧାରାକୁ ସହ୍ୟ କରି ନ ପାରି କିଛି ଲୋକ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତି କର ମତ ଦେଉଛନ୍ତି। ଅସିହିଷ୍ଣୁ ଲୋକଙ୍କ କଥାରେ ନ ପଡ଼ି ବିକାଶର ଧାରା ସାମିଲ ହୁଅନ୍ତୁ କରିବା ସହ ବିଧାୟକ ସହଯୋଗ କାମନା କରିଥିଲେ। ବୈଠକରେ କାଉନସିଲର ଦୀପକ ରା଼ୟ,ଏନ୍ଏସି ଇଓ ନରେନ୍ଦ୍ର ପଧାନ ମଂଚାସୀନ ଥିବାବେଳେ ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିଲେ।