ପ୍ରେମ ସମ୍ପର୍କକୁ ନେଇ ବିସିଏ ଛାତ୍ରୀଙ୍କ ଆତ୍ମହତ୍ୟା
ବ୍ରହ୍ମପୁର, ୨୦/୦୬ ( ଜେ.କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜ ହଷ୍ଟେଲରେ ବିସିଏ ଶେଷ ବର୍ଷର ସ୍ମୃତି ଭୋଳ ନାମକ ଜଣେ ଛାତ୍ରୀ ପଙ୍ଖାରେ ଝୁଲୁ ଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର କରା ଯାଇଛି।ଘଟଣା କୁ ନେଇ ଥାନାରେ ଅଭିଯୋଗ ପରେ ସ୍ମୃତିଙ୍କୁ ସହପାଠୀମାନେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ସ୍ମୃତିଙ୍କର ବିଶ୍ୱଜିତ ଜେନା ନାମକ ଏକ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା।ତେଣୁ ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପରିବାର ଲୋକେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି।