ବିଜେଡି_ଛାଡ଼ିଲେ_ରଞ୍ଜନ_ବିଶ୍ୱାଳ
କଟକ, ୦୩/୦୬ ( କାହୁଁ ଚରଣ ବାରିକ ) : ଦେବାଶିଷ ସାମନ୍ତରାୟଙ୍କ ପରେ ବିଜେଡି ଛାଡ଼ିଲେ ରଞ୍ଜନ ବିଶ୍ୱାଳ। ବିଜେଡି ସୁପ୍ରିମୋ Naveen Patnaikଙ୍କୁ ପଠାଇଲେ ଇସ୍ତଫାପତ୍ର।ରଞ୍ଜନ ବିଶ୍ୱାଳ ପୂର୍ବତନ କର୍ପୋରେଟର ଓ ଜୀବନ ବିନ୍ଦୁ କଟକ ସିଟି ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘଦିନ ଧରି Debashish Samantarayଙ୍କ ଘନିଷ୍ଠ ସମର୍ଥକ ଭାବେ ପରିଚିତ ଥିଲେ ରଞ୍ଜନ। ଇସ୍ତଫାପତ୍ରରେ ଦଳ ମଧ୍ୟରେ ଅଣଦେଖା ଓ ଉପେକ୍ଷା କରାଯାଉଥିବା ଅଭିଯୋଗ ଉଲ୍ଲେଖ କରିଛନ୍ତି। କଟକ ରାଜନୀତିରେ ଏହି ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି।