ବାବା ଆରଡ଼ିପୀଠି ରେ ସରକାରୀଜମୀ ଜବରଦଖଲ ଉଛେଦ।
ଭଦ୍ରକ, ୦୩/୦୬ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ତଥା ଓଡିଶା ପ୍ରସିଦ୍ଧ ସୈବ୍ୟପୀଠ ମଧ୍ୟରୁ ବାବା ଭଦ୍ରକ ଜିଲା ଆଖଣ୍ଡଳମଣୀ ପୀଠ ଅନ୍ୟତମ।ଏଠାକୁବହୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଓ ସୁବିଧା ଜନକ ପାଇ ଭଦ୍ରକ ଜିଲା ପ୍ରଶାସନ ତରଫରୁ ଆରଡ଼ି ଧାମ ଆଖପାଖ ଅଞ୍ଚଳରେ ଦଖଲ କରିଥିବା ସରକାରୀ ଜମି ଜବରଦଖଲ ଉଛେଦକାର୍ଯ୍ୟ କରାଯାଇଛି।ଆରଡ଼ିବାବା ଙ୍କ ମନ୍ଦିର ଠାରୁ ୬୫ ମିଟର ଦୂରତା ପର୍ଯ୍ୟନ୍ତ ଜମୀ ଉଛେଦକାର୍ଯ୍ୟ ସୁଚାରୁ ଭାବେ କରାଯାଇଛି।ଜବର ଦଖଲ ଉଛେଦ ବେଳେ ଭଦ୍ରକଜିଲା ବହୁ ପ୍ରଶାସନ ଅଧିକାରୀ ତଥା ଚାନ୍ଦବାଲି ତହସିଲଦାର ଶ୍ରୀ ଭାବଗ୍ରାହୀ ମଲ୍ଲିକ,ଭଦ୍ରକ ଜିଲ୍ଲା ଅତିରିକ୍ତ ପୋଲିସ ଅଧିକାରୀ ଅଂଶୁମାନଦ୍ଵିବେଦୀ ଉପ କିଲାପାଳ ସୌରଭ ଚକ୍ରବତୀ ସମେତ ଜିଲା ପ୍ରଶାସନ ତରଫରୁ ବହୁ ବରିଷ୍ଟବ୍ୟକ୍ତି ତଥା ସୁରକ୍ଷା ପାଇଁ ବହୁମାତ୍ରା ରେ ପୋଲିସ ଟିମ ମୃତୟନ କରା ଯାଇଥିବାର ସୂଚନାମିଳିଛି।
ସମ୍ବାଦଦାତା-ମାନସକୁମାର ସାହୁ