ବିଲେଇ_ଖୋଜି_ଆଣିଲେ_ଲକ୍ଷେ_ନବ..!!!
କଟକ, ୦୩/୦୫ ( କାହୁଁ ଚରଣ ବାରିକ ) : କଟକ ଯୋବ୍ରା ପିଲିଗ୍ରୀମ୍ ରୋଡ଼ ଅଞ୍ଚଳର ଅଭିନନ୍ଦିତା ମହାନ୍ତି କଟକ ସହରର ଗଳି କନ୍ଦି ଖୋଜି ବୁଲୁଛନ୍ତି ହଜିଯାଇଥିବା ପୋଷା ବିଲେଇ ଗେହ୍ଲିକୁ । ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଏଭଳିକି ସହର ସାରା ବିଲେଇର ପୋଷ୍ଟର୍ ଲଗାଇଛନ୍ତି । କାରଣ ପୋଷା ବିଲେଇକୁ ସେ ଝିଅ ଭଳି ପାଳିଥିଲେ। ୨୦୨୧ ମସିହାରେ ଅଭିନନ୍ଦିତା ସ୍ଥାନୀୟ ଅଞ୍ଚଳର ବସ୍ତିରୁ ଏକ ମାଈ ବିଲେଇ ଆସି ତାଙ୍କ ଘରେ ଏକ ଛୁଆ ଦେଇଥିଲା । ପରେ ମା’ ବିଲେଇ ଛୁଆକୁ ଛାଡ଼ି ଚାଲିଯାଇଥିଲା । ଛୁଆଟିକୁ କୋଳେଇ ନେଇଥିଲେ ସେ । ଆଉ ନାଁ ରଖିଥିଲେ ଗେହ୍ଲି । ବିଡ଼ମ୍ବନା ଗତ ଏପ୍ରିଲ୍ ମାସ ୯ ତାରିଖରୁ ବିଲେଇଟି ହଠାତ୍ ଘରୁ କେଉଁ ଆଡ଼କୁ ଚାଲିଯାଇଛି । ବିଲେଇ ହଜିବା ଦିନଠୁ ଅଭିନନ୍ଦିତାଙ୍କ ନିଜ ଓ ଭୋକ ଉଭେଇଯାଇଛି । ଶେଷଥର ପାଇଁ ପିଲିଗ୍ରୀମ୍ ରୋଡ ଅଞ୍ଚଳରେ ଥିବା ବ୍ୟାଙ୍କ୍ ପାଖରେ ବିଲେଇକୁ ଦେଖିବାକୁ ମିଳିଥିଲା । ତାହା ପୁଣି ବ୍ୟାଙ୍କ୍ ସିସିଟିଭି କ୍ୟାମେରରେ । ତା’ ପରେ ଆଉ ପତ୍ତା ମିଳୁନି ।