ଚୌଦ୍ୱାରରୁ ପେସାଦାର ଅପରାଧୀ ଗିରଫ, ଦେଶୀ ବନ୍ଧୁକ ଜବତ କଲା ପୋଲିସ
କଟକ, ୧୩/୦୬ ( କାହୁଁ ଚରଣ ବାରିକ ) : କଟକ ଚୌଦ୍ୱାର ଥାନା ପୋଲିସ ଜଣେ ପେସାଦାର ଅପରାଧୀକୁ ଗିରଫ କରିଛି। ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ। ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ ଧୂଆ ଗ୍ରାମରେ ଅଭିଯୁକ୍ତ ଥିବା ନେଇ ଖବର ପାଇବା ପରେ ପୋଲିସ ଚଢ଼ାଉ କରି ତାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ରାମସିଂ ସିଂଙ୍କୁ। ଅଭିଯୁକ୍ତ ନାଁରେ ପୂର୍ବରୁ ୨୦୨୩ ରେ ମଧ୍ୟ ବନ୍ଧୁକ ରଖିବା ଓ ଅପରାଧ ଘଟେଇବା ଭଳି ମାମଲା ରହିଥିଲା ଆଉ ସେ ଗିରଫ ମଧ୍ୟ ହୋଇଥିଲା ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ।