ସ୍ୱଦେଶୀ ଆଧାରରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ୱାନ
ଭବାନୀପାଟଣା, ୦୩/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ପ୍ରଶିକ୍ଷଣ ଓ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଦସ୍ୟା ଶର୍ମିଷ୍ଠା ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଚିନ୍ମୟ ମିଶନ ମୁଖ୍ୟ ଆଚାର୍ଯ୍ୟ ସ୍ୱାମୀ ଅମେୟାନନ୍ଦ ସରସ୍ଵତୀ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ କଠିନ ପରିଶ୍ରମ ଓ ସଦଗୁଣଯୁକ୍ତ ହୋଇ ପରୋପକାର ମାଧ୍ୟମରେ ସମାଜର ଉତ୍ଥାନ ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇ ଆଶିର୍ବଚନ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଅଭିଯାନର ସଂରକ୍ଷକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ସଂଘଚାଳକ ଜୟନାରାୟଣ ବାବୁ ସଂଘ ଶତାବ୍ଦୀ ବର୍ଷରେ ସ୍ୱ ବୋଧର ଜାଗରଣ ପାଇଁ ଆହ୍ୱାନ ଦେଇଥିଲେ l ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱଦେଶୀ ଯାତ୍ରା ଓ ସ୍ୱଦେଶୀ ଅବଧାରଣା ବିଷୟରେ ମାର୍ଗଦର୍ଶନ କରିଥିଲେ l ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ ଓ ପ୍ରାନ୍ତ ସହ ସମନ୍ୱୟକ ଡ. ବିରଞ୍ଚି ନାରାୟଣ ପଣ୍ଡା ଓ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଜିଲ୍ଲା ସ୍ୱାବଲମ୍ବନ କେନ୍ଦ୍ର, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର ଶକ୍ତି ଓ ଆର୍ଥିକ ସଙ୍କଟ ଓ ନିରାକରଣ, ବିଭାଗ ସଂଯୋଜକ ନକୁଳ ନାୟକ ଦତ୍ତୋପନ୍ତ ଠେଙ୍ଗଡ଼ି ଓ ବାବୁଗେନୁଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଯୁବ ଉଦ୍ୟୋଗୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମଗ୍ର ଜିଲ୍ଲାରୁ ଶତାଧିକ ସ୍ୱଦେଶୀ ଯୋଦ୍ଧା, ଯୁବ ଓ ମହିଳା ଉଦ୍ୟୋଗୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ l