ରେଳଫାଟକ କର୍ମଚାରୀଙ୍କ କାର୍ଯ୍ୟ ରେ ଅବହେଳା ଟ୍ରେନ ଧକାରେ ଯୁବକ ମୃତ।
ଭଦ୍ରକ, ୦୮/୦୬ ( ନବଦୂତ ) : ସୂଚନା ମୁତାବିକ -ରେଳକ୍ରସିଂ ଫାଟକପଡିନ ଥିବାରୁ ଟ୍ରେନଧକାରେ ଯୁବକ ମୃତ।ଘଟଣାର ପ୍ରାପ୍ତସୂଚନା ଭଦ୍ରକ ଜିଲ୍ଲା ପୀରାହାଟ ଥାନାସ୍ଥିତ ଖେଦରପୁର ରେଳ କ୍ରସିଂ ଫାଟକ କର୍ମଚାରୀ ଙ୍କ କାର୍ଯ୍ୟରେ ଅବହେଳା ପାଇଁ ରେଳ କ୍ରସିଂ ପାର ହୋଇ ଯାଉଥିବା ଯୁବକ ହଠାତଟ୍ରେନ ଆସିଯିବା ଯୋଗୁ ଟ୍ରେନଧକାରେ ଯୁବକ ମୃତ।ମୃତ ଯୁବକ ତିହିଡି ଥାନା ସାହାପୁର ପଂଚାୟତ ଅଧିନ କଣ୍ଡରଗଡ଼ିଆ ଗ୍ରାମବାସିନ୍ଦା ବୋଲି ସୂଚନା ମିଳିଛି।ଯୁବକର ମୃତୁପରେ ସ୍ତାନୀୟଲୋକ ମୃତୁ ଯୁବକ ର କ୍ଷତିପୂରଣ ପାଇଁ ଉତ୍ୟକ୍ତହୋଇ ରେଳ ଫାଟକ ଗୃହକୁ କ୍ରୋଧରେ ଭାଙ୍ଗି ଭୁଙ୍ଗି ନଷ୍ଟ କରିଦେବା ସହ ରାସ୍ତା ଅବରୋଧ କରିଥିଲେ।ଖବରପାଇ ପିରାହାଟ ଏସ୍ଡିପିଓ ଓ ତିହିଡି ଆଇ ଆଇସି ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ବୁଝି କରି ଘଟଣା କୁ ଆୟତ୍ତ କରିଥିବାର ସୂଚନା ମିଳିଛି।
ସମ୍ବାଦଦାତା-ମାନସ କୁମାର ସାହୁ