Hot Posts

6/recent/ticker-posts

ଏସଆଇଆର ପରିଗଣନା କାର୍ଯ୍ୟକ୍ରମ।

ବାଲେଶ୍ୱର, ୫/୬ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ସ୍ବତନ୍ତ୍ର ସଂଘନ ସଂଶୋଧନ ପରିଗଣନା(ଏସଆଇଆର ଏନୂମୁରେସନ) କାର୍ଯ୍ୟ କ୍ରମ ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ ଶନିବାର ଶୁଭାରମ୍ଭ କରିଛନ୍ତି।ମେ ୩୦ ତାରିଖ (ଶନିବାର) ଠାରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ।ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ ଆଇଆର) କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ବସ୍ତା ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ନଟାକଟା ପଞ୍ଚାୟତରେ ବୁଥ ପରି ଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ଓ ଫର୍ମ ବଣ୍ଟନ କରିବା ସହ ନଟାକଟା ପଞ୍ଚାୟତ ସ୍ଥିତ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି ବାସଭବନରେ ପହଁଞ୍ଚି ବସ୍ତା ତହସିଦାର ଶ୍ରୀ ପଟ୍ଟନାୟକଙ୍କ ଉପ ସ୍ଥିତିରେ ବିଏଲଓ ହୃଶିକେସ ଜେନା, ସୁପରଭାଇଜର ସୁଦୀପ କୁମାର ପ୍ରଧାନ, ସୁପରଭାଇଜର ଅରବିନ୍ଦ ପାଣିଗ୍ରାହୀ ଫର୍ମ ବଣ୍ଟନ କରିବା ସହ ଫର୍ମ ପୂରଣ କରିବା ଓ ଫର୍ମ ସମ୍ପର୍କରେ ବୁଝାଇ ଥିଲେ। ଏଥି ସହ ନଟାକଟା ପଞ୍ଚାୟତର ଘର ଘର ବୁଲି ଭୋଟର ଙ୍କୁ ପରିଗଣନା ଫର୍ମ ବିତରଣ,ଫର୍ମ ପୂରଣ ଓ ଆବଶ୍ୟକ ପ୍ରମାଣ ପତ୍ର ବିଷୟରେ ଅବଗତ କରାଇଥିଲେ।ବସ୍ତା ତହସିଲଦାର ବିଏଲଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଧେଶ ଦେଇ ସମସ୍ତ ଭୋଟରମାନଙ୍କୁ ବିଏଲଓଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l