Hot Posts

6/recent/ticker-posts

ପି ଏମ୍ ଶ୍ରୀ କୁଶଲେଶ୍ୱର୍ ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ରେ ସମ୍ୱର୍ଦ୍ଧନା ଉତ୍ସବ

ସୁବର୍ଣ୍ଣପୁର, ୦୧/୦୬ ( ଜଗଦିଶ ମେହେର ) : ସୋନପୁର ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ କୁଶଲେଶ୍ୱର୍ ହାଇ ସ୍କୁଲ,ଡୁଙ୍ଗୁରିପାଲି ଠାରେ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି।ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମନାଭ କର୍ଣ୍ଣ ଙ୍କ ସଭାପତିତ୍ବ ବିଦାୟୀ ଖେଳ ଶିକ୍ଷକ ଶ୍ରୀ ଜୟ ନାରାୟଣ ମିଶ୍ର, ମଧୁସୂଦନ ଓତା ପରିଚାଳନା କମିଟି ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପଳିଆ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।ବିଦାୟୀ ମିଶ୍ର ଆଜ୍ଞା ତାଙ୍କ ଚାକିରି କାଳ ରେ ସ୍କୁଲ ର କ୍ରୀଡା କୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ନେଇଛନ୍ତି l ସ୍କୁଲ ର ଛାତ୍ର ଓ ଛାତ୍ରୀ ମାନେ ଖୋଖୋ ଖେଳ ରେ ବହୁତ ଥର ଚମ୍ପିୟାନ ହେଇଛନ୍ତି l ତା ସହିତ ସେ ଜଣେ ପ୍ରକୃତି ବନ୍ଧୁ l ନିଜ ପ୍ରଚେଷ୍ଟା ରେ ସ୍କୁଲ ରେ ସବୁଜ ପରିବେଷ ତିଆରି କରି ସମସ୍ତ ମନକୁ ଜିଣିଛନ୍ତି l ବିଜ୍ଞାନ ଶିକ୍ଷକ ଶ୍ରୀ ଚକାନୟନ ମେହେର ସଭା ସଂଯୋଜନା କରିଥିବା ବେଳେ । ଶିକ୍ଷକ ଚୌଧୁରୀ ବିଭାର ମାନପତ୍ର ପଠନ କରିଥିଲେ l ବିଦ୍ୟାଳୟର ଶିକ୍ଷୟତ୍ରୀ ନିହାରିକା ମିଶ୍ର ଓ ନର୍ମଦା ପାତ୍ର ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ସ୍କୁଲ ର ଅନ୍ୟ କର୍ମଚାରୀ ବୃନ୍ଦ ତଥା ଶ୍ରୀମତୀ ନନ୍ଦିନୀ ମାହାଣା ,ସଞ୍ଜୟ କୁମାର ପଧାନ, ଏକାଦଶ ବର୍ଗେଇ, ସ୍ନେହଲତା ଖେତୀ, ବସନ୍ତ ଭୁଇ,ଆଦିତ୍ୟ କିଶୋର୍ ପାଢ଼ୀ , ଅଲେଖ ସାହୁ, ଶଙ୍କର ଡାଙ୍ଗ, ମାନସ, ପୁଷ୍ପାଞ୍ଜଳି ନାୟକ, ସଂଯୁକ୍ତା ଗାଇଗୌରିଆ, ପ୍ରଜ୍ଞା ପ୍ରଧାନ, ବାଳମୁକୁନ୍ଦ ସେଠି,ଚମାର୍ ଵାଘ୍ ,ବିର କର୍ଣ୍ଣ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ l