Hot Posts

6/recent/ticker-posts

ଜୟପୁର ରେ ଜବତ ବେଆଇନ ଭାବେ ଚାଲାଣ ହେଉଥିବା ପେଣ୍ଟଯୋସିନ ଇଞ୍ଜେକ୍ସନ, 5 ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ |

ଜୟପୁର, ୦୧/୦୬ ( ଏ ଭେଙ୍କେଟ ରାଓ ) : ଜୟପୁର ରେ ଜବତ ହେଲା ବେଆଇନ ଭାବେ ବ୍ୟବହାର ହୋଉଥିବା ପେଣ୍ଟଯୋସିନ ଇଞ୍ଜେକ୍ସନ. ରାତି ଅଧିଆ ଚଢ଼ାଅ ରେ ପ୍ରାୟ 700 ରୁ ଅଧିକା ଇଞ୍ଜେକ୍ସନ ଜବତ. ଖାସ କରି ନିଶା କାରବାର ପାଇଁ ଏହି ଔଷଧ କୁ ବ୍ୟବହାର କରୁଥିଲେ ଓ ଅନେକ ସ୍ଥାନରେ ଏହାର ବିକ୍ରି ବଟା ଭି କରୁଥିଲେ. ଏହି ଘଟଣା ରେ ଜୟପୁର ପୋଲିସ 5 ଜଣ ଙ୍କୁ ଗିରଫ କରିଛନ୍ତି. ଜବତ ହୋଇଥିବା ଇଞ୍ଜେକ୍ସନ ର ମୂଲ୍ୟ ପ୍ରାୟ 40 ହଜାର ରୁ ଅଧିକା ହୋଇ ଥିବାର ଅନୁମାନ. ଘଟଣା ରେ ଜୟପୁର ପୋଲିସ ଗିରଫ ଅଭିଯୁକ୍ତ ଙ୍କ ନାମରେ ଏନ ଡି ପି ଏସ ମାମଲା ରୁଜୁ କରି ସେମାନ ଙ୍କୁ କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଙ୍କ ଠାରୁ 15 ହଜାର ନଗଦ ଟଙ୍କା ଏକ କାର ଓ 5 ଟି ମୋବାଇଲ ଫୋନ ଭି ଜବତ କରିଛି ଗିରଫ 5 ଅଭିଯୁକ୍ତ ଙ୍କ ମଧ୍ୟରୁ କିଛି ପୂର୍ବରୁ ମଧ୍ୟ ଏହି ବେଆଇନ ନିଶା କାରବାର ରେ ଗିରଫ ହୋଇଥିଲେ | ବର୍ତମାନ ଜୟପୁର ପୋଲିସ ଏହି ଘଟଣା ର ଅଧିକା ତଦନ୍ତ ଆରମ୍ଭ କରିଛି |