Hot Posts

6/recent/ticker-posts

ଜୟପୁର ପୂଜ୍ୟପୂଜା ସଂସଦର ସାହିତ୍ୟ ଆସର।

ଜୟପୁର, ୦୧/୦୬ ( ଏ. ଭେଙ୍କଟ ରାଓ ) : ପୂଜ୍ୟପୂଜା ସଂସଦର ମାସିକ ସାହିତ୍ୟ ଆସର ସାହିତ୍ୟ ଟୁଙ୍ଗିରେ କବିସମ୍ରାଟ ଉପେନ୍ଦ୍ର ଭଂଜ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଧାମୋହନ ସାହୁଙ୍କ ବିଷୟରେ ଛାତ୍ରଛାତ୍ରୀ ମଧ୍ୟରେ ଏକ ଅଭିନବ ଉପାୟରେ ସବିଶେଷ ବିଷୟ ଉପସ୍ଥାପନା ହୋଇଥିଲା। ଆବାଳବୃଦ୍ଧବନିତା ଉପେନ୍ଦ୍ର ଭଞ୍ଜଙ୍କ ଫୋଟୋ ଚିତ୍ର ଅଙ୍କନ କରିଥିଲେ। ଛାତ୍ରୀ ଆରାଧ୍ୟା କୌଶିକ ଓ ଅନିଶା କୌଶିକ ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ଅମୁଲଚୁଳ ଲିଖିତ ସନ୍ଦର୍ଭ ପାଠ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ରାଧାମୋହନ ସାହୁଙ୍କ ଜୀବନୀ ଉପସ୍ଥାପନ କରିଥିଲେ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ସଂସ୍କୃତି ସାମନ୍ତରାୟ। ସଂସଦର ସଭାପତି ଉଦୟ ଶଙ୍କର ଜାନୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଜାନକୀ ପାଣିଗ୍ରାହୀ ଯୋଗ ଦେଇଥିଲେ। ତାରିଣୀ ମିଶ୍ର, ବିପିନ କୁମାର ପାତ୍ର, ପ୍ରତୀତ କାଞ୍ଚନ ସାହୁ, ତପନ କିରଣ ତ୍ରିପାଠୀ, ସନ୍ଧ୍ୟାରାଣୀ ପଟ୍ଟନାୟକ, ସରସ୍ବତୀ ସାହୁ ପ୍ରମୁଖ ଯୋଗଦେଇଥିଲେ। ସାଂସଦ ର ସମ୍ପାଦକ ବୈରାଗୀ ଚରଣ ସାହୁ କବିତାପାଠ ଉତ୍ସବ କୁ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କୋମଳମତି ଶିଶୁଙ୍କ ଉପରେ ଏହି କାର୍ଯ୍ୟକ୍ରମ ସୁନ୍ଦର ପ୍ରଭାବ ପକାଇବ ବୋଲି ଉପସ୍ଥିତ ସତଜନ ମଣ୍ଡଳୀ ଆଶା ପ୍ରକଟ କରିଥିଲେ।