Hot Posts

6/recent/ticker-posts

ରାୟଗଡାରେ କଳିଙ୍ଗ ବୈଶ୍ୟ ସଙ୍ଘର ମେଗା ସ୍ୱାସ୍ଥ୍ୟ ଶିବିର, ଶତାଧିକ ଲୋକ ହେଲେ ଉପକୃତ

ରାୟଗଡ଼ା, ୨୧/୦୬ ( ଭି. ଗୌରୀ ଶଙ୍କର ରାଓ ) : ରାୟଗଡା ସହରର କୋଠାପେଟା ସ୍ଥିତ କଳିଙ୍ଗ ବୈଶ୍ୟ କମ୍ୟୁନିଟି ହଲରେ କଳିଙ୍ଗ ବୈଶ୍ୟ ସଙ୍ଘ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟ ସଚେତନତା ଓ ନିଶୁଳ୍କ ଚିକିତ୍ସା ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ବିଶେଷଜ୍ଞ ଡାକ୍ତର ଡା. ଗୌରୀ ଶଙ୍କର (ଏମ୍.ଡି. ମେଡିସିନ) ଓ ଡା. ପବନ ସେନାପତି (ଏମ୍.ବି.ବି.ଏସ୍) ଯୋଗଦେଇ ରୋଗୀମାନଙ୍କୁ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏହି ଶିବିରରେ ହିମୋଗ୍ଲୋବିନ, ରକ୍ତ ଶର୍କରା ପରୀକ୍ଷା, ଏଚ୍‌ବିଏ୧ସି, ୟୁରିକ ଏସିଡ୍, ଇସିଜି ଏବଂ ପିଏଫଟି ଭଳି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ନିଶୁଳ୍କ ଭାବେ କରାଯାଇଥିଲା। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଶୁଳ୍କ ଔଷଧ ଗ୍ରହଣ କରିଥିଲେ। ଆୟୋଜକ ସଂଗଠନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ସାମାଜିକ ଓ ସ୍ୱାସ୍ଥ୍ୟମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି।