Hot Posts

6/recent/ticker-posts

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ SRG ହାଇସ୍କୁଲ, ସୁନାପୁରର ଐତିହାସିକ ସଫଳତା

କୋରାପୁଟ, ୦୩/୦୫ ( ସତ୍ୟ ଶୋଭନ ସିଂହ ) : ସୁନାପୁରସ୍ଥିତ ସହୀଦ ରାଜୀବ ଗାନ୍ଧୀ ହାଇସ୍କୁଲ ର ୧୦ମ ବୋର୍ଡ ପରୀକ୍ଷାରେ ଏକ ଅଦ୍ଭୁତ ସଫଳତା ହାସଲ କରିଛି। ଏହି ବର୍ଷ ସ୍କୁଲରୁ ସମୁଦାୟ ୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ସମସ୍ତେ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି। ଏହା ସହିତ ସ୍କୁଲ ୧୦୦% ପାସ୍ ରେଜଲ୍ଟ ହାସଲ କରି ଅଞ୍ଚଳରେ ଗୌରବ ଆଣିଛି।
ଫଳାଫଳର ବିବରଣୀ ଅନୁସାରେ:
B2 ଗ୍ରେଡ୍ – ୦୩ ଜଣ
C ଗ୍ରେଡ୍ – ୧୧ ଜଣ
D ଗ୍ରେଡ୍ – ୨୫ ଜଣ
E ଗ୍ରେଡ୍ – ୧୦ ଜଣ
ସ୍କୁଲର ଏହି ସଫଳତା ପଛରେ ଶିକ୍ଷକମାନଙ୍କର ଅକ୍ଷୟ ପ୍ରୟାସ, ଛାତ୍ରଛାତ୍ରୀମାନଙ୍କର ନିଷ୍ଠା ଓ ଅଭିଭାବକମାନଙ୍କର ସହଯୋଗ ମୁଖ୍ୟ ଭୂମିକା ନେଇଛି। ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ ମାନେ ଏହି ଉପଲବ୍ଧି ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଫଳାଫଳ ସ୍କୁଲ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଓ ଆଗାମୀ ଦିନରେ ଆହୁରି ଉତ୍କୃଷ୍ଟ ଫଳାଫଳ ପାଇଁ ପ୍ରେରଣା ଦେଇଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି ।
କୋରାପୁଟ ରୁ ସତ୍ୟ ଶୋଭନ ସିଂହ ଙ୍କ ରିପୋର୍ଟ NABADUTA NEWS ODISHA ,