Hot Posts

6/recent/ticker-posts

ମାଟ୍ରିକ ପରୀକ୍ଷାରେ,କଳାହାଣ୍ଡିରେ ପାସ ହାର ୯୭.୮୬% , ସ୍ୱାତୀ ମହାକୁଡ଼ ଜିଲା ଟପ୍ପର

ଭବାନୀପାଟଣା, ୦୨/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ ପାସ୍‌ ହାର ୯୭.୮୬% ରହିଛି। ଜିଲାର ୩୧୪ ଟି ହାଇସ୍କୁଲରେ ୨୦ ହଜାର ୯୬୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨୦ ହଜାର ୧୪୮ ଜଣ ଛାତ୍ରୀଛାତ୍ର ପାସ କରିଥିବାବେଳେ ୩୮୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇନଥିଲେ। ଜିଲାରେ ଏ-୧ ଗ୍ରେଡରେ ୧୧୮ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଏ-୨ରେ ୧୨୭୬,ବି-୧ରେ ୩୬୧୬,ବି-୨ରେ ୫୦୭୭,ସି ରେ ୫୩୦୨,ଡି ରେ ୩୫୧୩ ଓ ଇ ଗ୍ରେଡ ୧୨୪୬ଜଣ ରହିଛନ୍ତି। ଏହାସହ ୪୪୦ ଜଣ ଫେଲ ହୋଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭବାନୀପାଟଣା ସଦର ବ୍ଲକ ସ୍ଥିତ ଗଣନାଥପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ୟୁଜିଏଚଏସ)ର ଛାତ୍ରୀ ସ୍ୱାତୀ ମହାକୁଡ଼ ସର୍ବାଧିକ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ସେ ମୋଟ ୫୭୭ ନମ୍ବର (୯୬.୧୭%) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମାଟ୍ରିକରେ ଜିଲା ଟପ୍ପର ପରେ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ