Hot Posts

6/recent/ticker-posts

ସାର୍ବଜନୀନ ଚନ୍ଦନ ଉତ୍ସବ ଉଦଯାପିତ l

ବାଲେଶ୍ୱର, ୦୩/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ଆଙ୍କ ପଦ୍ମକିସୋର ମନ୍ଦିର ପ୍ରାଙ୍ଗଣ ରେ ୫ ଦିନ ଧରି ଚାଲୁ ରହିଥିବା ସାର୍ବଜନୀନ ଚନ୍ଦନ ଉତ୍ସବ ଉଦଯାପିତ ହୋଇଯାଇଛି । ଚନ୍ଦନ କମିଟି ର କର୍ମକର୍ତ୍ତା ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ଯମ ରେ ପ୍ରତିବର୍ଷ ଏଠାରେ ଚନ୍ଦନ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପୂର୍ଣ୍ଣମୀ ସଂଧ୍ଯା ରେ ରାଧାକୃଷ୍ଣ ଙ୍କ ନାବକେଳି ଏବଂ ଆତସବାଜି କାର୍ଯ୍ଯକ୍ରମ କୁ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଆଙ୍କୋ ପଡିଆ ରେ ବିଭିନ୍ନ ପ୍ରକାରର ଦୋକାନ ବସି ଥିବା ବେଳେ ଲୋକ ମାନେ ବେଶ ସହକାରେ ଉପୋଭାଗ କରିଥିଲେ। ପ୍ରତ୍ଯେକ ଦିନ ସଂଧ୍ଯା ରେ ଚନ୍ଦନ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ତା ମଧ୍ୟରେ ଯାତ୍ରା , ଭଜନ ସନ୍ଧ୍ୟା , ପାଇକ ଆଖଡ଼ା , ସମ୍ବଲପୁର ରୁ ଆସିଥିବା ଧୂମାସା ବାଜା ର ମଜା କିଛି ନିଆରା ଥିଲା । ଉକ୍ତ କାର୍ଯ୍ଯକ୍ରମ କୁ ଚନ୍ଦନ ଉତ୍ସବ ର ଜୟକୃଷ୍ଣ ବେହେରା , ଡାକ୍ତର ତପନ କୁମାର ବେହେରା, ମାୟାଧର ବେହେରା, ଅମୂଲ୍ୟ ବେହେରା , ଗଜେନ୍ଦ୍ର ପଣ୍ଡା , ମହେନ୍ଦ୍ର ଦାସ, ଜଳେଇ ବେହେରା, ଉମେଶ ବେହେରା , ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବେହେରା ଙ୍କ ସହ ସମସ୍ତ ଗ୍ରାମବାସୀ ଓ ଅଞ୍ଚଳ ବାସୀ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l