Hot Posts

6/recent/ticker-posts

ଉଦ୍ୟୋଗୀ ଓଡ଼ିଶା ସମ୍ମାନ-୨୦୨୬ ରେ ସମ୍ମାନିତ ହେଲେ ଶିକ୍ଷକ ବିରେନ୍ଦ୍ର l

ବାଲିଆପାଳ, ୧୦/୦୫ ( ସନ୍ୟାସୀ ବେହେରା ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କୁମ୍ଭାରୀ ଗ୍ରାମରେ ଅବସ୍ଥିତ କୋକିଳମଣି ସଂସ୍କୃତ ବିଦ୍ୟାପୀଠର ପ୍ରଧାନ ପଣ୍ଡିତ ତଥା ଆଦର୍ଶ ଶିକ୍ଷକ ବିରେନ୍ଦ୍ର କୁମାର ସାହୁଙ୍କୁ ଏମ ବି ସି ଟିଭି ର ପନ୍ଦର ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ୟୋଗୀ ଓଡ଼ିଶା ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି lବୀରେନ୍ଦ୍ର ଜଣେ ଆଦର୍ଶ ଶିକ୍ଷକ ଭାବରେ କୋକିଳମଣି ସଂସ୍କୃତ ବିଦ୍ୟାପୀଠ ରେ ରହି ନିଜକୁ ନିଜେ ବାଲେଶ୍ଵର ଜିଲ୍ଲା ରେ ବିକଶିତ କରିପାରିଛନ୍ତି lବହୁ ଅଭାବ ଅନାଟନ ମଧ୍ୟରେ ରହି ମଧ୍ୟ କେତେବେଳେ ଶିକ୍ଷକ ତ କେତେବେଳେ ଅଭିଭାବକ ସାଜି ନିଜର ଲକ୍ଷ୍ୟ ସାଧନ କରିପାରିଛନ୍ତି। ସେ ଜଣେ ଆଦର୍ଶ ଶିକ୍ଷକ ଥିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହି ବାଲିଆପାଳ ରେ ବହୁ ଗୃହ ଉଦ୍ୟୋଗୀ ସୃଷ୍ଟି କରିପାରିଛନ୍ତି l ଦୀର୍ଘ ୩୦ବର୍ଷ ଧରି ଗରିବ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି l ଏଥିପାଇଁ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି lଆୟୋଜିତ ଉତ୍ସବରେ ମଞ୍ଚରେ ଅତିଥି ଭାବେ ଓଡ଼ିଶା ବିଧାନ ସଭାରେ ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ପୃର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ,ଏମ ବି ସି ଟିଭି ମୁଖ୍ୟ ସମ୍ପାଦକ ଡ଼ଃ ବଦ୍ରିନାଥ ପଟ୍ଟନାୟକ,ଡ଼ଃ ନିବେଦିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ lଏହି ସମ୍ମାନ ମିଳିବା ପରେ କୁମ୍ଭାରୀ କୋକିଳମଣି ସଂସ୍କୃତ ବିଦ୍ୟାପୀଠରେ ଖୁସିର ଲହରୀ ଖେଳିଯାଇଛି l ପ୍ରଧାନ ପଣ୍ଡିତ ବିରେନ୍ଦ୍ର କୁମାରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l