ବିଶିଷ୍ଟ ଶିକ୍ଷା ବିଦ ତଥା କବି ରବୀନ୍ଦ୍ର ଆଚାର୍ଯ୍ୟଙ୍କ ମାନସ ସୃଷ୍ଟି ପଲ୍ଲୀପ୍ରଭା ର ପୁନଃ ପ୍ରକାଶନ ।
ବାଲିଆପାଳ, ୧୦/୦୫ ( ସନ୍ୟାସୀ ବେହେରା ) : ନବେ ଦଶକରୁ ସ୍ବର୍ଗତ ରବୀନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ମାନସ ସୃଷ୍ଟି ପଲ୍ଲୀପ୍ରଭା ପତ୍ରିକାର ଆଜି ପୁନଃ ପ୍ରକାଶନ ସହିତ ନବ କଳେବରରେ ତାର ପ୍ରଥମ ସଂଖ୍ୟା ଲଙ୍ଗଳେଶ୍ୱର ନିକଟ କବିତୀର୍ଥ ରାଇପୁର ଆଚାର୍ଯ୍ୟ ଭବନ ପରିସରରେ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ଅନୁଷ୍ଠିତ ଉତ୍ସବ ରେ ଶିକ୍ଷାବିତ ସୁଧାଂଶୁ ଶେଖର ଜେନା ପୌରହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପିକା ଡ଼ଃ ଲଷ୍ମୀପ୍ରିୟା ବେହେରା, ମୁଖ୍ୟବକ୍ତା ଭାବେ ଡ଼ଃ ହେମନ୍ତ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ଦେ, କବି ପ୍ରକାଶକ କାଳିପଦ ପଣ୍ଡା, ଡ଼ଃ ସୁକାନ୍ତ କୁମାର ଗିରି, ଡ଼ଃ ନୀଳକଣ୍ଠ ଖଣ୍ଡା,ଡ଼ଃ ସ୍ବର୍ଣ୍ଣ ପ୍ରଭା ହୋତା ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଭା ର ଜନ୍ମ ବୃତ୍ତାନ୍ତ ଓ ଡ଼ଃ ରବୀନ୍ଦ୍ର ନାଥ ଆଚାର୍ଯ୍ୟ ଙ୍କ କବି ପଣ ସମ୍ପର୍କ ରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଚିତ୍ତରଞ୍ଜନ ଜେନା, କବି ନଳିନୀ କାନ୍ତ ପାଢ଼ୀ, ସୁଶାନ୍ତ କୁମାର ବେହେରା, ରମେଶ ଚନ୍ଦ୍ର ନାୟକ, ଲଷ୍ମୀପ୍ରିୟା ମିଶ୍ର, ଅନିରୁଦ୍ଧ ମଣ୍ଡଳ, ସୁଧାକର ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାକ୍ତନ ପ୍ରଧ୍ୟାପକ ଅରବିନ୍ଦ ବେଜ ମଞ୍ଚ ଆବାହନ, ପଲ୍ଲୀ ପ୍ରଭା ସମ୍ପାଦକ ବସନ୍ତ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ପତ୍ରିକାର ପ୍ରାକ କଥନ ରଖିଥିଲେ। ପ୍ରାକ୍ତନ ଅଧ୍ୟାପକ ବରେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।