କଳାହାଣ୍ଡି, ୨୩/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ପ୍ରଗତି ବିଜ୍ଞାନ ମହାବିଦ୍ୟାଳୟ ର 2026 ମେଧା ଛାତ୍ର ଛାତ୍ରୀ ମାନଙ୍କୁ ନେଇ କି ଭବାନିପାଟଣା ଟାଉନ ହଲ ଠାରେ ମେଧା ମହୋତ୍ସବ – ୨୦୨୬" ପାଳିତ ହୋଇଯାଇଅଛି ଏଥିରେ ପ୍ରଗତି କଲେଜ ର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଅଜୟ କୁମାର ପଣ୍ଡା ଙ୍କ ନେତୃତ୍ବରେ ମେଧା ମହୋତ୍ସବ – ୨୦୨୬" ଅନୁଷ୍ଟିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଶ୍ରୀ ଯୁକ୍ତ ତପିମଣି ଜାନି ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକୁ ପତ୍ୟନାରାୟଣ ମୁଣ୍ଡଛିନ୍ନା, ମଞ୍ଚ ରେ ମଞ୍ଚାସିନ ରହିଥିଲେ ପ୍ରଗତି କଲେଜ ର 84 ଜନ ଛାତ୍ର ଛାତ୍ରୀ ଙ୍କୁ ନେଇ 90% ରୁ ଅଧିକ ମାର୍କ ରଖିଥିବା କୃତି ଛାତ୍ର ଛାତ୍ରୀ ମାନକୁ ନେଇଁ ସମାରୋହ ପାଳିତ ହୋଇଯାଇଅଛି l ଶିକ୍ଷା ହେଉଛି ଅମୂଲ୍ୟ ସମ୍ପଦ ଛାତ୍ର ଛାତ୍ରୀ ମାନଙ୍କର ଅଦ୍ୟମ ପରିଶ୍ରମ ଓ ଅଭିଭାବକ ଓ ଅଭିଭାବିକା ମାନଙ୍କର ଅପାର ସହଯୋଗ ଏବଂ ଗୁରୁଜନ ମାନଙ୍କର ନିଷ୍ଠାପୂର୍ଣ୍ଣ ପ୍ରୟାସର ଫଳସୁରୁପ ପ୍ରତିଷ୍ଠାନର ଅନେକ କୃତୀ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ ୯୦% ରୁ ଅଧୂକ ନମ୍ବର ରଖି ସଫଳତା ଅର୍ଜନ କରିଛନ୍ତି ଏହି ଅବିସ୍ମରଣୀୟ ସଫଳତାକୁ ଉତ୍ସବ ମୁଖର ପରିବେଶରେ ପାଳନ କରିବା ଓ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ "ମେଧା ମହୋତ୍ସବ – ୨୦୨୬" ଆୟୋଜିତ ହୋଇଥିଲା ଏହି ଗରିମାମୟ ଅବସରରେ ଆପଣଙ୍କର ପାଦର ଉପସ୍ଥିତି ଆମକୁ ଅନୁପ୍ରାଣିତ କରୁଥିଲା ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କର ମନୋବଳକୁ ଆହୁରି ସୁଦୁଦ୍ଧ ହେବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତୀର୍ଣ୍ଣ ହୋଇଥିବାରୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ସହ ଟ୍ରଫି ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ଏହି ମେଧା ମହୋତ୍ସବ – ୨୦୨୬ ରେ ଅଭିଭାବକ ଓ ଅଭିଭାବିକା ରହିଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସ୍ନେହ, ଆଶୀର୍ବାଦ ଓ ଉପସ୍ଥିତି ଆମ ପାଇଁ ଆଶ୍ରୀବାଦ୍ ସଦୃଶ ଓ ଉତ୍ସାହ ଆନନ୍ଦିତ କରିଥିଲା ପ୍ରଗତି ଶିକ୍ଷାନୁଷ୍ଠାନ ପରିବାର ଭବାନୀପାଟଣା, ପଖ୍ୟରୁ ଧନ୍ୟବାଦ ଅର୍ପଣ କରିଥିଲେ
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
