Hot Posts

6/recent/ticker-posts

ବାଦାମବାଡ଼ି ବ୍ୟବସାୟୀଙ୍କ ପାଇଁ ନୂଆ ବ୍ୟବସ୍ଥା, CNBTରେ ୩୦ ଜଣଙ୍କୁ ସ୍ଥାନ

କଟକ, ୦୬/୦୫ ( କାଁହୁ ଚରଣ ବାରିକ ) : କଟକ ନେତାଜୀ ବସ ଟର୍ମିନାଲ (CNBT) ପରିସରରେ OSRTC ବାଦାମବାଡ଼ି ବ୍ୟବସାୟୀ ସଂଘର ସଦସ୍ୟମାନଙ୍କୁ ବ୍ୟବସାୟ ପାଇଁ ଉପଯୁକ୍ତ ସ୍ଥାନ ପ୍ରଦାନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୁରୁଣା ବସଷ୍ଟାଣ୍ଡ ବନ୍ଦ ହେବା ପରଠାରୁ ଦୀର୍ଘ ୩ ବର୍ଷ ଧରି ବ୍ୟବସାୟୀ ଭାଇମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ।ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ୩୦ ଜଣ ବ୍ୟବସାୟୀଙ୍କୁ ନୂଆ ବସ ଟର୍ମିନାଲରେ ସ୍ଥାନ ପ୍ରଦାନ କରାଯିବ। ବାକି ରହିଯାଇଥିବା ବ୍ୟବସାୟୀ ଭାଇ ମାନଙ୍କ ଥଇଥାନ ପାଇଁ 'ସଂନ୍ଧ୍ୟା ସେଲିବ୍ରେସନ' ସ୍ଥାନରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି ଅବସରରେ ବ୍ୟବସାୟୀ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।

କଟକ ରୁ କାଁହୁ ଚରଣ ବାରିକ