ଓଡ୍ରାଫ ଟିମ ସହାୟତା ରେ ବିପଦରୁ ଓହରିଲେ ଲୁଣିଆ ଗ୍ରାମବାସୀ ।
ଧାମନଗର, ୧୧/୦୫ ( ମାନସ କୁମାର ସାହୁ ) : ଧାମନଗର ବ୍ଲକ ଖପର ପଦା ପଞ୍ଚାୟତ ଲୁଣିଆ ଗ୍ରାମ ୨ ମମ୍ବର ୱାର୍ଡ ରେ ଗତକାଲି ଘଟିଥିବା କାଳବୈଶାଖୀ ବାତ୍ୟାରେ ଗ୍ରାମ ରାସ୍ତା କଡରେ ଥିବା ଏକ ପ୍ରକାଣ୍ଡ ପୁରୁଣା ନଡ଼ିଆ ଗଛ ଅଧାରୁ ବାତ୍ୟାରେ ଭାଙ୍ଗିପଡି ରାସ୍ତାରେ ଥିବା ଇଲେକ୍ଟ୍ରି ଖୁଣ୍ଟ ସହ କେବୁଲ ତାରରେ ଝୁଲିହୋଇ ରହିଥିଲା।ଆଜି ଆମର ସମ୍ବାଦଦାତା ମାନସ କୁମାର ସାହୁ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଭଠାତ ତାଙ୍କ ର ନଜର ଇଲେକ୍ଟ୍ରି ତାର ଉପରେ ଦୋହଲୁଥିବା ନଡ଼ିଆ ଗଛକୁ ଦେଖିସେ ସେଠାରେ ତୁରନ୍ତ ଅସୁରାଲୀ ଇଲେକ୍ଟ୍ରି ଏସ୍ ଡି ଓ ଭଦ୍ରକ ଓଡ୍ରାଫ ଟିମର ମୁଖ୍ୟ କର୍ମୀ ଏସ କେ ମୁସଲିମ ଅଲି ଙ୍କ ସହ ଘଟଣା ବିଷୟରେ କଥାହୋଇ ସେମାନଙ୍କୁ ଲୁଣିଆ ଗ୍ରାମକୁ ଡକାଇ ନିଜେ ଘଟଣା ସ୍ଥଳେ ରହି ଝୁଲନ୍ତା ନଡିଆ ଗଛଟିକୁ ଓଡ୍ରାଫ ଟିମଦ୍ୱାରା ଝୁଲନ୍ତା ନଡ଼ିଆ ଗଛତିଙ୍କୁ କଟାଇ ଲୁଣିଆ ଗ୍ରାମବାସୀ ତଥା ରାସ୍ତାରେ ଜାତୟତ ପଥ ଯାତ୍ରୀଙ୍କୁ ବିପଦରୁ ମୁକ୍ତ କରାଇଥିଲେ, ତାଙ୍କର ଏଭଳି ନିଷ୍ଠାପର କାମପାଇ ଲୁଣିଆ ଗ୍ରାମ ବାସୀମାନେ ପ୍ରଶଂସା କରିଥିବାର ସୂଚନା।