୧୪୩ ବୋତଲ କଫ ସିରପ୍ ଜବତ, ୩ ଜଣଙ୍କୁ ଗିରଫ କଲା ନୂଆପଡ଼ା ପୋଲିସ
ନୂଆପଡା, ୦୫/୦୫ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲା ସଦର ଥାନା ପୋଲିସ ୧୪୩ ବୋତଲ କଫ ସିରପ୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ରବିବାର ସଦର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ଖ୍ଲେଶ୍ବର ସାହୁ ସୂଚନା ଦେଇଛନ୍ତି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ.୧୨ ସିରତୋଲ ପୋଖରୀ ପାଖରେ କୋରେକ୍ସ (କଫ୍ ସିରପ) ଅବାଧରେ ବିକ୍ରୟ ହେଉଛି ବୋଲି ନୂଆପଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ସଦର ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକଟିମ୍ସିର ତୋଲପୋଖରୀ ଚତୁଃପାର୍ଶ୍ଵରେ ଘେରି ଯାଇ ୩ ଯୁବକଙ୍କୁ କାବୁ କରିଥିଲେ। ସେଠାରୁକୋରେକ୍ସ ଥିବା ୨ଟି ବ୍ୟାଗକୁ ଜବତ କରିଥିଲେ। ଅଭିଯୁକ୍ତମାନେ ହେଲେନୂଆପଡ଼ା ଅଞ୍ଚଳର ରଞ୍ଜନ ଓରଫ ଟିଟୁ ଦାସ(୪୧), ଅରବିନ୍ଦ ନାଏକ (୨୦) ଓ ଡଲୁ ଓରଫ ସୁଧୀର ନାଗ (୨୬)।ସିରତୋଲ ପୋଖରୀ ସମ୍ମୁଖରେ ପ୍ରତିଦିନ ବାହାର ଲୋକ କୋରେକ୍ସ ବା କଫ୍ ସିରପ ଆଣି ସ୍ଥାନୀୟ ବେପାରୀଙ୍କୁ ଯୋଗାଇଥାନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହା ଉପରେ ସଦର ଥାନା ପୋଲିସ ନଜର ରଖ୍ ଶନିବାର କୌଣସି ସୂତ୍ରରୁ ଖବର ପାଇ କଫ ସିରପ୍ ଆଣି ଯୋଗାଣ କରୁଥିବା ସମୟରେ ମାଡ଼ି ବସିଥିଲା। ଅଭିଯୁକ୍ତମାନେ ଧରିଥିବା ୨ଟି ବ୍ୟାଗକୁ ଯାଞ୍ଚ କରିବାରୁ ୧୪୩ଟି କଫ ସିରପ୍ ବାହାରିଥିଲା। କଫ ସିରପ୍ ସହ ଗୋଟିଏ ମୋବାଇଲ ଓ ନଗଦ ୧ ହଜାର ୫୦ ଟଙ୍କା ଜବତ କରାଯାଇଛି। ଏନେଇ ନୂଆପଡ଼ା ସଦର ଥାନାରେ ଏକ ମାମଲା (ନଂ.୯୩/୨୦୨୬) ରୁଜୁ ହୋଇଛି।