Hot Posts

6/recent/ticker-posts

କାପସି–ମଶରାପଡ଼ା ରାସ୍ତାର ଦୁରବସ୍ଥା, ବିକାଶ ଦାବି ଉପରେ ପ୍ରଶ୍ନଚିହ୍ନ

ନୂଆପଡ଼ା, ୦୫/୦୫ ( ପରମେଶ୍ୱର ମେହେର ) : ଆମେ କେଉଁ ଶତାବ୍ଦୀରେବଞ୍ଚୁଛେ? ସର ସରକାର ବିକାଶର ଡେଙ୍ଗୁରା ପିଟୁଛନ୍ତି, କିନ୍ତୁ ଗ୍ରାଉଣ୍ଡ ଜିରେ ଜିରୋର ଚିତ୍ର ଦେଖୁଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ନୂଆପଡ଼ା ଜିଲ୍ଲାରୁ ଆସିଛି ସରକାରୀ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର। ଯେଉଁଠି ରାସ୍ତା ଅଛି କିନ୍ତୁ ଚାଲିବା ପାଇଁ ଯୋଗ୍ୟ ନୁହେଁ। ଆଜି ଆମେ ଦେଖାଇବୁ ପ୍ରଶାସନର ଚରମ ଅବହେଳା କିଭଳି ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି।" ଏହା ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର କାପସି ମାଝିପଡ଼ାରୁ ମଶରାପଡ଼ା ଯିବା ରାସ୍ତା। ଏହି ରାସ୍ତାକୁ ଦେଖୁଲେ ଲାଗୁଛି ଏହା ରାଜପଥ ନୁହେଁ, ବରଂ ଏକ କାଦୁଅର ନଈ। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା ଏମିତି ରୂପ ଧାରଣ କରେ ଯେ, ପାଦେ ଚାଲିବା ମଧ୍ୟ ଅସମ୍ଭବ ହୋଇପଡ଼େ ଦେଖନ୍ତୁ ଏହି ଦୃଶ୍ୟକୁ। କୁନି କୁନି ସ୍କୁଲ ପିଲାମାନେ କାଦୁଅ ପ୍ୟାଣ୍ଟ୍ ପିନ୍ଧି ସ୍କୁଲକୁ ଯାଉଛନ୍ତି। ଚାଷୀଟିଏ ବିଲକୁ ଯିବା ପାଇଁ ନାକେଦମ୍ ହେଉଛି। ଆଉ ସବୁଠୁ ଦୁଃଖରକଥା ହେଉଛି, ଯଦି କେହି ରୋଗୀ ଆପାତକାଳୀନ ସମୟରେ ଡାକ୍ତରଖାନା ଯିବାକୁ ଚାହେଁ, ତେବେ ଆମ୍ବୁଲାନ୍ସ ପହଞ୍ଚିବା ତ ଦୂରର କଥା, ଖଟିଆରେ ବୋହି ନେବା ବି ବିପଦପୂର୍ଣ୍ଣ ହୋଇପଡ଼ୁଛି। ପ୍ରଶ୍ନ ଉଠୁଛି, କୁଆଡ଼େ ଗଲା ସରକାରଙ୍କ 'ଗାଁକୁ ରାସ୍ତା' ଯୋଜନା? କୁଆଡ଼େ ଗଲା ପଞ୍ଚାୟତ ପାଣ୍ଠିର କୋଟି କୋଟି ଟଙ୍କା? ରାସ୍ତା ନିର୍ମାଣରେ ନିମ୍ନମାନର କାମ ହୋଇଛି କି? ଡ୍ରେନେଜ୍ ବ୍ୟବସ୍ଥା ନକରି କାହିଁକି ଟଙ୍କା ହରିଲୁଟ୍ କରାଗଲା? ବାରମ୍ବାର ଗ୍ରାମବାସୀ ଅଭିଯୋଗ କଲା ପରେ ବି ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ପ୍ରଶାସନ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ସରକାରୀ ବାବୁମାନେ ଏସି ରୁମ୍‌ରେ ବସି ବିକାଶର ଖସଡ଼ା ପ୍ରସ୍ତୁତ କରୁଥିବା ବେଳେ, କାପସି ମାଝିପଡ଼ାର ଲୋକେ କାଦୁଅରେ ଜୀବନ କାଟୁଛନ୍ତି। ଏହି ଖବର ପ୍ରସାରଣ ପରେ ବି କଣ ପ୍ରଶାସନର ଚେତା ପଶିବ? ନା ଏମିତି ଅବହେଳାର ଶିକାର ହେଉଥିବେ ନିରୀହ ଗ୍ରାମବାସୀ? ଏହା ଉପରେ ଆମର ନଜର ରହିବ।