Hot Posts

6/recent/ticker-posts

ବଜ୍ରପାତ ନେଲା ଶାଶୁ ବୋହୂର ଜୀବନ

ଭଞ୍ଜନଗର, ୦୭/୦୫ ( ଜୟକୃଷ ପଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ମୁଦୁଲିପଲ୍ଲୀ ଗ୍ରାମରେ ଗୁରୁବାର ଅପରାହ୍ନ ସମୟରେ ବଜ୍ରପାତ ଘଟି ଶାଶୁ, ବୋହୁ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାଶୁ ଶୈଳ ବିଷୋୟୀ(୬୫) ଏବଂ ବୋହୂ ସନ୍ତୋଷିନୀ ବିଷୋୟୀ(୩୫)। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ସହ ବର୍ଷା ହୋଇଥିଲା।ସେହି ସମୟରେ ବିଲକୁ ଯାଇ କାମ ସାରି ଘରକୁ ଫେରୁଥିବା ଶାଶୁ ବୋହୁ ହଠାତ ପ୍ରବଳ ବର୍ଷା ଯୋଗୁଁ ଏକ ବାଉଁଶ ବୁଦା ତଳେ ସେମାନେ ଅଟକି ରହିଥିଲେ। ସେତିକିବେଳେ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଶାଶୁ, ବୋହୁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଭଞ୍ଜନଗର ଦମକଳ ବାହିନୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାଶୁ, ବୋହୂଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲ ଆଣିଥିବା ଜଣାପଡିଛି।