ଲଇକେରା, ୦୭/୦୫ ( ଅନିଲ କୁମାର ସରାଫ ) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଝାରସୁଗୁଡା ଜିଲ୍ଲାର ଦୁଇ ଜଣ ଛାତ୍ର ନମନ ପ୍ରଧାନ ଓ ସୁଦାମ ବେହେରା ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି ।ଏହି ମେଧାବୀ ଛାତ୍ରଙ୍କୁ ସେମାନଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଗୁରୁବାର ସମ୍ମାନିତ କରିଛନ୍ତି ।ଚଳିତ ମାଟ୍ରିକ ପରୀକ୍ଷାରେ ଝାରସୁଗୁଡା ଏକାତାଳି ମୁନ୍ସିପାଳ ହାଇସ୍କୁଲର ଛାତ୍ର ନମନ ପ୍ରଧାନ ଏବଂ କାଳୀମନ୍ଦିର ରୋଢ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଛାତ୍ର ସୁଦାମ ଵେହେରା ଉଭୟେ ୫୭୮ ନମ୍ୱର ରଖି ଜିଲ୍ଲା ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି ।ତେଣୁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଛାତ୍ର ଦ୍ୱୟ ନମନ ଓ ସୁଦାମ ଙ୍କୁ ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଶୁଭେଚ୍ଛା ଓ ସମ୍ୱର୍ଦ୍ଧନା କରିଵା ସହିତ ଉଭୟ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୈାକନ ପ୍ରଦାନ ସମ୍ୱର୍ଦ୍ଧିତ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ଏହି ଅବସର ରେ ବିଧାୟକ କହିଛନ୍ତି ଯେ,ଏହି ଦୁଇ ଛାତ୍ର ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଝାରସୁଗୁଡା ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ।ସେମାନଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପ୍ରେରଣାଦାୟୀ ହେବ ।ଏହି ସମ୍ୱର୍ଦ୍ଧନା ସମୟରେ ଛାତ୍ରଙ୍କ ଅଭିଭାବକଙ୍କ ସମେତ ସ୍ଥାନୀୟ ଭାଜପା କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଛାତ୍ରଙ୍କ ଉତ୍ସାହ ବଢାଇଥିଲେ ।
=====ନବଦୂତ ନ୍ୟୁଜ=====
======ଲଇକେରା======
