ଚକାପାଦ, ୦୭/୦୫ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ଅଧିନସ୍ଥ ବିଲାବଡା ଗ୍ରାମ ରେ କାଳିଆ ପ୍ରଧାନ ଙ୍କ ସୁପୁତ୍ର ଜିତେନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ୟ ରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ପୁରୁଷ ମହିଳା ମାନେ ଉପସ୍ଥିତ ରହି ନିଜର ମନସ୍କାମନା ପୂର୍ଣ୍ଣ ସକାଶେ କଳସ ବୋହି ନଦୀ ରୁ ରୀତିନୀତି ଅନୁସାରେ ପୂଜାପାଠ କରି ପାଣିଆଣି କୁଞ୍ଜ ଚତୁର୍ପାର୍ଶ୍ୱରେ ରଖିଥିଲେ ଏବଂ ଆସନ୍ତା କାଲି ଶୁକ୍ରବାର ସକାଳ ୯ ଘଣ୍ଟିକା ଠାରୁ ନାମଯଜ୍ଞ ଆରମ୍ଭ ହୋଇ ଦିବା ୨:୫୦ ସମୟ ରେ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଶନିବାର ସକାଳ ୯ ଘଣ୍ଟିକା ସମୟ ରେ ଯଜ୍ଞ ସମାପନ ହେବ । ଏଥିରେ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ ହେବାର ସୂଚନା ରହିଛି। ଏହି ଯଜ୍ଞ ରେ କର୍ତ୍ତାଭାବେ ଜିତେନ୍ଦ୍ର ପ୍ରଧାନ କାର୍ଯ୍ୟ ତୁଲାଇ ଥିବାବେଳେ ଏଠାକୁ ଅଞ୍ଚଳ ର ସମସ୍ତ ସାଧୁ,ସନ୍ଥ,ବୁଦ୍ଧିଜୀବୀ ତଥା ଜନସାଧାରଣ ମାନଙ୍କୁ ଆସିବାକୁ ଅନୁରୋଧ କରିଛନ୍ତି ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
