Hot Posts

6/recent/ticker-posts

ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନଶୁଣାଣି ଶିବିର, ମାଥାଲପୁଟ ।

କୋରାପୁଟ, ୧୯/୦୫ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅର୍ନ୍ତଗତ ମାଥଲପୁଟ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସୁପରିଚାଳିତ ହୋଇଯାଇଛି । ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅବସରରେ ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ଓ ନୂତନ ଭତ୍ତାଧିକରୀଙ୍କୁ ଦୁଇ ମାସର ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ ଶିବିରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଓ ସମସ୍ତ ବିଭାଗର ସରକାରୀ କର୍ମଚାରୀ ଓ ସ୍ଥାନୀୟ ପଞ୍ଚାୟତର ଜନପ୍ରତିନିଧି ସରପଞ୍ଚ, ୱାର୍ଡ ମେମ୍ବର ସହ ବିଭିନ୍ନ ଅଭିଯୋକାରିଣୀ ଯୋଗ ଦେଇ ବିଭିନ୍ନ ଗୋଷ୍ଠୀମୂଳକ ଅଭିଯୋଗ ୮ଗୋଟି ଓ ପଞ୍ଚାୟତରେ ଭତ୍ତା ସମ୍ୱଦ୍ଧୀୟ ୪ଗୋଟି ସର୍ବମୋଟ ୧୨ ଗୋଟି ଅଭିଯୋଗ ଉକ୍ତ ଅଭିଯୋଗ ଶିବିରରେ କ୍ରମାଙ୍କିତ କରାଗଲା, ତହିଁରୁ ଯାହା ସବୁ ଉଚିତ୍ ଓ ନ୍ୟାର୍ଯ୍ୟ ବିଷୟକୁ ବିଚାରରେ ଆଣି କାର୍ଯ୍ୟକାରିଣୀ କରିବାକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ରଙ୍କ ଲୋକସେବାର ମନଭାବ ଓ ଉତ୍ସର୍ଗ ଜୀବନ ସକାଶୁ ନୂତନ ରାସନ କାର୍ଡ ହିତାଧିକାରୀ ଓ ନୂତନ ଭତ୍ତାଧିକାରୀଙ୍କୁ ପ୍ରାୟ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବଣ୍ଟନ କରି ବେଶ୍ ପଞ୍ଚାୟତ ନିବାସୀଙ୍କ ଊତ୍ତମ ଚର୍ଚ୍ଚାରେ ଅଛନ୍ତି ।