Hot Posts

6/recent/ticker-posts

ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଜନ ସଚେତନତା

କଟକ, ୨୭/୦୫ ( କାଁହୁ ଚରଣ ବାରିକ ) : ପ୍ରଦେଶ ପ୍ରାନ୍ତର ପୂର୍ବ ପକ୍ଷ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବାସୀଙ୍କୁ ଦିଆଯାଇଥିବା ସ୍ବଦେଶୀ ଜାଗରଣ ଆହ୍ବାନ ସମ୍ପର୍କରେ ସ୍ଥାନୀୟ ସର୍କିଟ ହାଉସ କକ୍ଷରେ ପୂର୍ବପ୍ରାନ୍ତ ସ୍ୱମନୟକ ପ୍ରବୋଧ କୁମାର ବଡ଼ପଣ୍ଡା ଙ୍କ ପୌରୋହିତ୍ୟରେ ଜନସଚେତନତା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀଙ୍କ ଦିଆଯାଇଥିବା ବିଭିନ୍ନ ଡାକରା ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବପ୍ରାନ୍ତ ସ୍ୱମନୟକ ପ୍ରବୋଧ କୁମାର ବଡ଼ପଣ୍ଡା, କଟକ ଜିଲ୍ଲା ସଂଯୋଜକ ସତ୍ୟରଞ୍ଜନ ଦାସ,, କଟକ ଜିଲ୍ଲା ପୁର୍ଣ କାଳୀନ ଜ୍ୟୋତିପ୍ରକାଶ ପରିଡା, ମିଡ଼ିଆ ସେଲ ସଂଯୋଜକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 
ନବଦୂତ News