ଶକ୍ତିକେନ୍ଦ୍ରକୁ ମଜବୁତ କରିବାକୁ ବିଜେପି ଖଜୁରୀପଡ଼ା ମଣ୍ଡଳର ବୈଠକ
ଖଜୁରୀପଡ଼ା, ୨୬/୦୫ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କହଁରଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରେ ଶକ୍ତିକେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଜୁରୀପଡ଼ା, ଦଳପଡ଼ା, ଅରାପାଜୁ, ଆର୍ ନୂଆଗାଁ, ଦୁତିପଡ଼ା ଏବଂ ଦୂତିମେଣ୍ଡି ପଞ୍ଚାୟତକୁ ନେଇ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଶକ୍ତିକେନ୍ଦ୍ରଗୁଡ଼ିକୁ ଆହୁରି ସୁଦୃଢ଼ କରିବା ସହିତ ଏସ୍ଆଇଆର୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ସଂଗଠନର କାର୍ଯ୍ୟଧାରାକୁ ଗ୍ରାମ୍ୟ ସ୍ତରରେ ଅଧିକ ପ୍ରଭାବଶାଳୀ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଅବଗତ କରାଯାଇଥିଲା। ସେହିପରି ସମସ୍ତ ବୁଥ୍ କର୍ମକର୍ତ୍ତାଙ୍କ ସହ ସମନ୍ୱୟ ରକ୍ଷା କରି ସକ୍ରିୟ ଭାବେ କାର୍ଯ୍ୟ କରିବା ଓ ଦଳୀୟ ଦାୟିତ୍ୱ ସଠିକ ଭାବେ ତୁଳାଇବାକୁ ପରାମର୍ଶ ଦିଆଯାଇଥିଲା। ଏହି ଶକ୍ତିକେନ୍ଦ୍ର ବୈଠକରେ ସାଂସଦ ପ୍ରତିନିଧି ଶ୍ରୀ ମନୋଜ ପଣ୍ଡା, ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ଦଶରଥ ସାହୁ, ସ୍ୱାସ୍ଥ୍ୟ ପ୍ରତିନିଧି ରାଇ କିଶୋର ପ୍ରଧାନ, ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ଓବିସି ମୋର୍ଚ୍ଚା ସଭାପତି ରୋହିତ କୁମାର ପ୍ରଧାନ ଏବଂ ଏସି ମୋର୍ଚ୍ଚା ସଭାପତି ବିଜୟ ସେଠୀ ପ୍ରମୁଖ ଯୋଗଦେଇଥିଲେ।ସେହିପରି ପଞ୍ଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ଭାବେ ଗୋଲକ ବିହାରୀ ମଲ୍ଲିକ, ରଞ୍ଜନ ପ୍ରଧାନ, ବିଜୟ ସାହୁ ଓ ବିସମ୍ବର ମଲ୍ଲିକ କାର୍ଯ୍ୟ ତୁଳାଇଥିଲେ। ବୈଠକରେ ବିଭିନ୍ନ ବୁଥ୍ର କର୍ମକର୍ତ୍ତାମାନେ ବ୍ୟାପକ ଭାବେ ଉପସ୍ଥିତ ଥିଲେ।