Hot Posts

6/recent/ticker-posts

ବାଲିଆପାଳର ସୁକନ୍ୟା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ।

ବାଲିଆପାଳ, ୧୧/୫ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର ଅନ୍ୟତମ ମହିଳା ସାହିତ୍ୟ ଅନୁଷ୍ଠାନ ସୁକନ୍ୟା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ସୋମବାର ବିଶ୍ୱାସ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁକନ୍ୟା ସାହିତ୍ୟ ସଂସଦର ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ନେହଲତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ କବି ବ୍ରଜେନ୍ଦ୍ର ନାଥ ଗିରି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଶିଶୁ ଗାଳ୍ପିକ କବି କାଳି କୀଙ୍କର ଦାସ ଯୋଗଦେଇ ବାଲିଆପାଳର କବୟିତ୍ରୀ ମାନଙ୍କୁ ସାଧୁବାଦ ଜଣାଇ ଏପରି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଡ଼ଃ ସୁକାନ୍ତ ଗିରି,କବି ଅଞ୍ଜଳି ଶତପଥୀ, ଅଧ୍ୟାପକ ନିରଞ୍ଜନ ବେହେରା, ଭାରତୀ ବେହେରା, ଅନିତା ସାହୁ, କବି, ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖାର ସମ୍ପାଦକ ଡ଼ ସନ୍ନ୍ୟାସୀ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ସଚିନ୍ଦ୍ର ନନ୍ଦି,କବି ସନ୍ୟାସୀ ବେହେରା, ରବିନ୍ଦ୍ର ଦତ୍ତ, ଭୀମ ଚରଣ ବେହେରା,  ସବିତା ଦାସ, ନଳିନିକାନ୍ତ ପାଢ଼ୀ, ଅର୍ପିତା ଦାସ, ସୁଜାତା ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଚଳିତ ମେଟ୍ରିକ ପରୀକ୍ଷାରେ ବାଲିଆପାଳ ବ୍ଳକରେ ସର୍ବୋଚ୍ଚ ନମ୍ବର ରଖିଥିବା ତିନି ଜଣ ସୁକନ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେମାନେ ହେଲେ ଡାଙ୍ଗରପଦା ହାଇସ୍କୁଲର ଛାତ୍ରୀ ସାଇପ୍ରଭା ନନ୍ଦୀ ଏବଂ ବାଲିଆପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କ୍ରିଷ୍ନା ଶୁଭଲକ୍ଷ୍ମୀ ଆଚାର୍ଯ୍ୟ ଓ ପ୍ରସିଧ୍ଯା ଗିରିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କବୟିତ୍ରୀ ସୌଭାଗଗିନୀ ମିଶ୍ର,ସାମ୍ବାଦିକ ବ୍ରଜ ମିଶ୍ର ଓ ସାମ୍ବାଦିକ ଅଜୟ କୁମାର ସାହୁ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ସାହୁ ଙ୍କ ନୃତ୍ୟ ଏବଂ ଅର୍ପିତା ଦାସଙ୍କ ଗୀତକୁ ସମସ୍ତେ ବେଶ ଉପଭୋଗ କରିଥିଲେ।ସୁକନ୍ୟା ସାହିତ୍ୟ ସଂସଦର ଉପଦେଷ୍ଟା ବ୍ୟଙ୍ଗ କବି ତଥା ଶିକ୍ଷକ ଅର୍ଧେନ୍ଦୁ ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁର୍ଗାଶଙ୍କର ଦେ, ଶ୍ରୀକାନ୍ତ ଗିରି ସହଯୋଗ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ମିତାରାଣୀ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଗୀତାରାଣୀ ସାହୁ ଧନ୍ୟବାଦ ଦେଇଥିଲେ।