Hot Posts

6/recent/ticker-posts

ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୁ ଯାଉଥିବା ବେଳେ ବସ ସହିତ ମୁହାଁ ମୁହିଁ ଧକ୍କା, ଜିଲ୍ଲା କୃଷି ଅଧିକାରୀ ସହ ଡ୍ରାଇଭର ଆହତ।

ମାଲକାନଗିରି, ୧୧/୫ ( ଶରତ ଚନ୍ଦ୍ର ଖରା ) : ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୁ ଯାଉଥିବା ବେଳେ ବସ ସହିତ ମୁହାଁ ମୁହିଁ ଧକ୍କା ଲାଗି ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ଡ୍ରାଇଭର ଈଶ୍ୱର ଭୂମିୟା ଆହତ ହୋଇ ମାଲକାନଗିରି ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ଧୂଙ୍ଗିଆପୁଟ ପଞ୍ଚାୟତ ରେ ଯୁଗ୍ମ ଅଭିଯୋଗ ଜନ ସୁଣାଣି ଶିବିର ଥିଲା, ସେଠାକୁ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ କାର ଯୋଗେ ଯାଉଥିଲେ, ମାଲକାନଗିରି 326 ନମ୍ବର ଜାତୀୟ ରାଜପଥ ବନ୍ଧଗୁଡା ନିକଟରେ ସରକାରୀ ବସ ସହିତ କାର ର ଧକ୍କା ହୋଇଥିଲା, ଏହି ଦୁର୍ଘଟଣା ରେ ଅଳ୍ପକେ ବର୍ତିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେଲେ ଡ୍ରାଇଭର ଗୁରୁତ୍ତର ଭାବେ ଆହତ ହୋଇଛନ୍ତି। ମାଲକାନଗିରି ଥାନା ସ୍ଥ ବନ୍ଧଗୁଡା ନିକଟରେ ଦୁର୍ଘଟଣା ଘଟିଛି। ରାଜ୍ୟ ସଡ଼କ ପରିବହନ ର ଭଞ୍ଜନଗର ରୁ କାଲିମେଳା କୁ ଆସୁଥିବା ବସ ସହ ଧକ୍କା ହେଲା ଅଧିକାରୀ ଙ୍କ କାର । ଦୁର୍ଘଟଣା ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ତାଙ୍କ ଡ୍ରାଇଭର ଈଶ୍ୱର ଭୂମିଆ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ମାଥିଲି ବ୍ଲକ ର ଧୂଙ୍ଗିଆପୁଟ ପଂଚାୟତ ରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଯୋଗ ଦେବାକୁ ଯାଉଥିବା ସମୟରେ ଦୁର୍ଘଟଣା ଟି ଘଟିଥିଲା ଦୁର୍ଘଟଣା ରେ ବସ ରେ ବସିଥିବା କର୍ମଚାରୀ ଓ ଯାତ୍ରୀ ଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଦୁଇ ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି.।

ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।