ବାଲିମେଳା, ୨୨/୦୫ ( ଶରତ ଚନ୍ଦ୍ର ଖରା ) : ଗତ କାଲି ପ୍ରକାଶିତ ଯୁକ୍ତ ଦୁଇ ପରୀକ୍ଷାରେ କମ୍ ମାର୍କ ରଖିଥିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ବାଲିମେଳା ସହର ଡ୍ରାଇଭର ଲାଇନରେ ରହୁଥିବା ଶ୍ରୀନିବାସ ପାତ୍ରଙ୍କ ଝିଅ ସୁପ୍ରଭା ପାତ୍ର ବାଲିମେଳା ମହାବିଦ୍ୟାଳୟରେ ଚଳିତ ବର୍ଷ +୨ କଳା ପରୀକ୍ଷା ଦେଇଥିଲେ। ଆଜି ପରୀକ୍ଷା ଫଳ ପ୍ରକାଶ ପାଇଥିଲା ବେଳେ ସୁପ୍ରଭା ପାସ୍ ହୋଇଥିଲେ ମଧ୍ୟ କମ୍ ମାର୍କ ରହିଥିଲା। ଫଳରେ ସୁପ୍ରଭା ନିଜ ଘରେ ବେକରେ ଗାମୁଛା ଦେଇ ଝୁଲିପଡ଼ିଥିଲେ | ପରିବାର ଲୋକ ସୁପ୍ରଭାକୁ ଉଦ୍ଧାର କରି ବାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଏଏସଆଇ ସତ୍ୟମତ ମଣ୍ଡଳ ପହଞ୍ଚି ଶବ ଜବତ କରିଛନ୍ତି। ଶଵ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଥିଲେ।ଏନେଇ ଓର୍କେଲ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।
