କଳାହାଣ୍ଡି, ୨୭/୦୫ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ଠାରେ କିଆପଦର ସରପଞ୍ଚ ଙ୍କ ଆହ୍ଵାନରେ ଜଙ୍ଗଲ ଅଧିକାର ଆଇନ - ୨୦୦୬ କୁ ଆଧାର କରି ଜୀବନ ଜୀବିକା ସୁରକ୍ଷା ସଂଗଠନ ର ଏହା ହେଉଛି ପ୍ରଥମ ବୈଠକ। ଉକ୍ତ ବୈଠକ ରେ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଭୁକ୍ତ ଥୁଆମୂଲ ରାମପୁର ବ୍ଲକ, ର କର୍ଲାପାଟ, କିଆପଦର ପଞ୍ଚାୟତ , ଜୁନାଗଡ଼ ବ୍ଲକ, ର ଦେଦର, ଓ ଦୁନ୍ଦେଲମାଲ ପଞ୍ଚାୟତ ଏବଂ ଭବାନୀପାଟଣା ବ୍ଲକ ର ଶଗଡା, ଚାଞ୍ଚେର, ଓ ଯୁଗସାଏପାଟଣା ପଞ୍ଚାୟତ ର ୧୮ ଖଣ୍ଡ ଗାଁର ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ ଓ ପାରମ୍ପାରିକ ବନବାସୀ ମହିଳା ଓ ପୁରୁଷ ମିଶି ଏକ ହଜାର ରୁ ଉର୍ଦ୍ଧ ଏକତ୍ରିତ ହୋଇ ଜୀବିକାର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଯୋଗଦେବାକୁ କିଆପଦର ସରପଞ୍ଚ ଲଖିଧର ମାଝୀ ସମସ୍ତଙ୍କୁ ଯୋଗାଯୋଗ କରିଥିଲେ ସେହିପରି ସରପଞ୍ଚ ଜଙ୍ଗଲ ବିଭାଗ ଅଫିସ କୁ ଯାଇ DFO ଓ ରେଞ୍ଜର କୁ ନିଜ ସ୍ଵ ହସ୍ତରେ ଅନୁରୋଧ ଚିଠି ଦେଇ ଆସିଥିବା ସତ୍ତ୍ୱେ ବି ଏହି ଜଙ୍ଗଲ ଅଧିକାର ଆଇନ କୁ ଆଧାର କରି କରିଥିବା ବୈଠକ ରେ ଉପସ୍ଥିତ ହୋଇ ନ ଥିବା ଯୋଗୁଁ ସମସ୍ତ ଜନ ସାଧାରଣ ଓ ଅତିଥି କ୍ଷୋଭ ପ୍ରକାଶ କରିଥିଲେ। ଶେଷରେ ଉଚ୍ଚ ପଦସ୍ତ କର୍ମକର୍ତ୍ତା ନ ଆସି ଜଣେ କର୍ଲାପାଟ ବିଟ ର ଫରେଷ୍ଟ ଗାର୍ଡ ଙ୍କୁ ପ୍ରତିନିଧିତ୍ଵ ଆକାରରେ ପଠାଇ ଥିଲେ। ଯାହାକି ସେହି ଫରେଷ୍ଟ ଗାର୍ଡ କୌଣସି ନିଷ୍ପତି ନେବାର ଦକ୍ଷ ନ ଥିଲେ ଓ ନିରୂତର ରହୁଥିଲେ। ବୈଠକରେ ଉପସ୍ଥିତ ଆଦିବାସୀ ସହ ପାରମ୍ପାରିକ ବନବାସୀ ଏବଂ ସମସ୍ତ ଅତିଥି ପୂର୍ବ ଗତ ମାସର ତେନ୍ତୁଳିପଦର ର ଘଟଣାର ମୂଳ ନିବାସୀ ଆଦିବାସୀଙ୍କ ପ୍ରତି ମାଡ଼, ଅତି ମାନବିକ ଆକାର ଜୋତା ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରାଜାଇଥିଲା। ଉକ୍ତ ବୈଠକ ରେ ଥୁଆମୂଲ ରାମପୁର ବ୍ଲକ ଆଦିବାସୀ ସଂଘ ସଭାପତି ସନାତନ ମାଝୀ , ଜମା ମାଝୀ, ରାମଚନ୍ଦ୍ର ମାଝୀ , ପ୍ରଦାନ ସଂସ୍ଥା ର ବ୍ରଜକିଶୋର ଦାସ, ବିଜୟ ମାଝୀ , କର୍ଲାପାଟ ସରପଞ୍ଚ ବିଶ୍ଵନାଥ ମାଝୀ, କିଆପଦର ସରପଞ୍ଚ ଲଖିଧର ମାଝୀ, କୃଷ୍ଣଚନ୍ଦ୍ର ଦଳେଇ, ରଞ୍ଜିତ ସିଂହ, ବଳରାମ ଦେଓ, ଗିରିଶ ନାଏକ, ସମାଜସେବୀ ତଥା ଲୋକଙ୍କ ଅଧିକାର ଦିଗରେ ଆଗେଇ ଆସୁଥିବା ଆଗଧାଡିର ସରୋଜ ବାଗ, ରବି ନାରାୟଣ ସିଂହ , କଳାହାଣ୍ଡି ର ଜଣାଶୁଣା ଆଇନଜିବୀ ଅବଦୁଲ ସାଜିଦ୍, ଗୁଣପୁର ରାଜସ୍ବ ନିରୀକ୍ଷକ ଅଞ୍ଜନ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଟୁନୀ ଖୋସଲା, କର୍ଲାପାଟ ଫରେଷ୍ଟ ଗାର୍ଡ ଉମାକାନ୍ତ ପାଣିଗ୍ରାହୀ , ପ୍ରମୁଖ ଉପସ୍ଥିତ ଥିଲେ।
(କଳାହାଣ୍ଡି ଜିଲ୍ଲା ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ)
