ଜୁନାଗଡ଼, ୨୭/୦୫ ( ରିତେଶ କୁମାର ମୁଣ୍ଡ ) : ଦାଦନ ଖଟି ଯାଇଥିବା ପୁଅ ଘରକୁ ଫେରିଛି । ହେଲେ ତା’ଆସିବା ଖବର ଶୁଣି ଗାଁ ନିରବି ଯାଇଛି । ଅସମ୍ଭବ ନିରବତା ଭିତରେ ଶୁଭୁଛି ଜଣେ ଅସହାୟ ସ୍ତ୍ରୀ ଓ ମା’ର କାନ୍ଦଣା । କାରଣ ତା’ ରୋଜଗାରିଆ ପୁଅ ଫେରିଛି, ହେଲେ ତା’ ପିଣ୍ଡରେ ପ୍ରାଣ ନାହିଁ । ଏବେ ଏହି ଅସହାୟ ପରିବାରକୁ କିଏ ଦେବ ସହାୟତା । କିଏ ପୋଛିବ ମାଁ ର ଲୁହ, କିଏ ବୁଝିବ ସ୍ତ୍ରୀ ର କୋହ । ଆଉ ଅଭାବ ରହିବନି । ଦାନା ଗଣ୍ଡାଏ ପାଇଁ ସଂଘର୍ଷ କରିବାକୁ ପଡ଼ିବନି । ମୋ କାନ୍ଧରୁ ପରିବାର ପ୍ରତିପୋଷଣ ବୋଝ ହାଲୁକା ହୋଇଯିବ। ଏମିତି କେତେ କ’ଣ ସ୍ବପ୍ନ ଦେଖିଥିଲେ ଜଣେ ବାପା , ହେଲେ ସବୁ ସ୍ବପ୍ନ ଅଧୁରା । ଦାଦନ ଖଟି ଯାଇଥିବା ପୁଅ ଘରକୁ ଫେରିଛି । ହେଲେ ତା’ଆସିବା ଖବର ଶୁଣି ଗାଁ ନିରବି ଯାଇଛି । ଅସମ୍ଭବ ନିରବତା ଭିତରେ ଶୁଭୁଛି ଜଣେ ଅସହାୟ ସ୍ତ୍ରୀ ଓ ମା’ର କାନ୍ଦଣା । କାରଣ ତା’ ରୋଜଗାରିଆ ପୁଅ ଫେରିଛି, ହେଲେ ତା’ ପିଣ୍ଡରେ ପ୍ରାଣ ନାହିଁ । ନିସ୍ତେଜ ଶରୀରଟା ପରିବାର ପାଖକୁ ଆସିଛି । କାନ୍ଦବୋବାଲି ରେ ଗାଁ ଫାଟି ପଡ଼ୁଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ମୁଣ୍ଡରାଗୁଡା ପଞ୍ଚାୟତ ଅନ୍ତର୍ଗତ ଚିଲଗୁଡା ଗାଁର ଅଲଙ୍ଗ ରଣାଙ୍କ ପୁଅ ବୈଷ୍ଣବ ରଣା । ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡା କୁ ଯାଇଥିଲେ । ସେଠାରେ କାମ କରୁଥିବା ବେଳେ ଗତ ସୋମବାର ସନ୍ଧ୍ୟାରେ ତାଙ୍କ ପ୍ରାଣ ଚାଲିଯାଇଥିଲା । ଆଜି ଗାଁ କୁ ଶବ ଆସିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ବୋଲି ରୋଜଗାରିଆ ପୁଅକୁ ହରାଇ ବାପା ମାଁଙ୍କ ଲୁହ ଶୁଖୁ ନ ଥିବା ବେଳେ ନିଜର ଶଙ୍ଖା ସିନ୍ଦୁର କୁ ହରାଇ ସ୍ତ୍ରୀ ମଧ୍ୟ ବିବ୍ରତ । ଶାଶୁ, ଶ୍ୱଶୁର ଓ ନିଜର କୋଳ ରେ ଥିବା ଗୋଟିଏ ମାତ୍ର ଛୋଟିଆ ପୁଅକୁ କେମିତି ପ୍ରତିପୋଷଣ କରିବ ସେନେଇ ଏବେ ସ୍ତ୍ରୀ ଯଶୋଦା ରଣା ଚିନ୍ତାର
କଳାହାଣ୍ଡି , ଜୁନାଗଡ଼ ବ୍ଲକ ରୁ ରିତେଶ କୁମାର ମୁଣ୍ଡଙ୍କ ଙ୍କ ରିପୋର୍ଟ
