Hot Posts

6/recent/ticker-posts

ବିଧାୟକ ଶୁଭାରମ୍ଭ କଲେ ପାଣି ଟ୍ୟାଙ୍କର

ଲଇକେରା, ୦୩/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକ ଯଥା ଝାରସୁଗୁଡା, କିର୍ମିରା, ଲଇକେରା ଓ କୋଲାବିରା ବ୍ଲକରେ ଗ୍ରୀଷ୍ମ ଋତୁରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଇବା ପାଣି ଅସୁବିଧା ପାଇଁ ଗ୍ରାମାଞ୍ଚଳ ଗାଁ ମାନଙ୍କ ପାଇଁ ସର୍ବମୋଟ ୨୩ଟି ପିଇବା ପାଣି ଟ୍ଯାଙ୍କର ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ କିର୍ମିରା ବ୍ଲକରେ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ୫ଟି ପାଣି ଟ୍ୟାଙ୍କର କୁ ପୂଜା କରି ଝଣ୍ଡା ଦେଖାଇ ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଜ୍ୟୋତ୍ସ୍ନାମୟୀ ମରାଣ୍ଡି, ବିଡିଓ ଅଵିନାଶ ଲାକ୍ରା, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ବ୍ଲକ ବିଜେପି ସଭାପତି ଉଦ୍ଧବ ସିଂ ନାଏକ, ନେତା ବାବୁଲାଲ କିସାନ, ବିଜୟ ଶର୍ମା, ଝସକେତନ ପ୍ରଧାନ, ଜାମିନୀକାନ୍ତ ନାଏକ, ସନ୍ଦିପ ପଟେଲ ଉପସ୍ଥିତ ଥିଲେ । ଲଇକେରା ବ୍ଲକରେ ୮ଟି, କୋଲାବିରା ବ୍ଲକରେ ୫ଟି ଓ ଝାରସୁଗୁଡା ବ୍ଲକରେ ୫ଟି ପିଇବା ପାଣି ଟ୍ୟାଙ୍କର ବିଧାୟକ ଶୁଭାରମ୍ଭ କରିଥିଲେ । ବିପିସି ଚାନ୍ଦାନୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ ଡନସେନା ଧନ୍ୟବାଦ ଦେଇଥିଲେ ।


*****ନବଦୂତ ନ୍ୟୁଜ୍,ଲଇକେରା*****