Hot Posts

6/recent/ticker-posts

ବିଂଝାରପୁର ବିଜେପି ପକ୍ଷରୁ ସିଂହପୁର କାର୍ଯ୍ୟାଳୟରେ ଏ ୧ ପାଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବିଂଝାରପୁର , ୦୫/୦୫ (ନିରୋଜ କୁମାର ସେଠୀ) : ଓଡ଼ିଶା ମାଧ୍ୟ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ବିଂଝାରପୁର ବ୍ଲକରେ ଖୁସିର ଲହରୀ ଖେଳି ଯାଇଛି | ଏହି ମାଟ୍ରିକ ପରୀକ୍ଷାରେ ବିଞ୍ଝାରପୁର ଶିକ୍ଷା ମଣ୍ଡଳରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୩ଜଣ ଛାତ୍ର ଓ ୧ଜଣ ଛାତ୍ରୀ ଏ ୧ ପାଇବା ପରେ ଆଜି ତାକୁ ସମ୍ବର୍ଦ୍ଦିତ କରାଯାଇଛି , ସେମାନେ ହେଲେ ବିଞ୍ଝାରପୁର ଶିକ୍ଷା ମଣ୍ଡଳର ସିଂହପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଜୀବନଜ୍ୟୋତି କାଣ୍ଡି ମୋଟ ୫୫୪ ନମ୍ବର ରଖି ଏ୧ ରେ ଉର୍ତ୍ତୀର୍ଣ୍ଣ ହୋଇଥିବାବେଳେ ,ବିଶ୍ୱଭୂଷଣ ଜେନା ମୋଟ ୫୪୪ ନମ୍ବର ରଖି ଏ ୧ ରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି , ସେହିପରି ସୌମ୍ୟ ରଂଜନ ପତି ମୋଟ ୫୪୦ ନମ୍ବର ରଖି ଏ ୧ ରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି , ସେହିପରି କଲ୍ୟାଣପୁର ଶ୍ରୀବନ୍ତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରୀ ସୋନାଲି ସାହୁ ମୋଟ ୫୪୦ ନମ୍ବର ରଖି ଏ ୧ ରେ ଭର୍ତ୍ତୀର୍ଣ୍ଣ ହୋଇଛନ୍ତି | ଏହି ଏ ୧ ପାଇଥିବା ୪ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବିଂଝାରପୁର ବିଜେପି ପକ୍ଷରୁ ସିଂହପୁର ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା | ଏଥିରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବବିତା ମଲ୍ଲିକ , ବିଂଝାରପୁର ବ୍ଲକ ସଂଯୋଜକ ନିରଂଜନ ବେଉରିଆ , ବିଂଝାରପୁର ବ୍ଲକ ସାଂସଦଙ୍କ ପ୍ରତିନିଧି ପୁରୁଷୋତ୍ତମ ବେହେରା , ମଣ୍ଡଳ ସଭାପତି ଚିନ୍ମୟୀ ପଣ୍ଡା , ଜ୍ୟୋତିପ୍ରକାଶ ନାୟକ , ସଞ୍ଜୟ ପତି , ମନୋରଞ୍ଜନ ସାହୁ ଓ ଶୈଳେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ |ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢାଇବାକୁ ପ୍ରେରଣାଦାୟକ ମତ ମଧ୍ୟ୍ୟ ପ୍ରକାଶ ପାଇଥିଲା |