ଯୁବକଙ୍କ ମୃତ୍ୟୁକୁ ୩ବର୍ଷ ପରେ ବି ମିଳୁନି ସହାୟତା , ମାଆ ର ଆତ୍ମହୁତି ଧମକ , ପ୍ରେସ ମିଟରେ ଦୁଃଖ ବଖାଣିଲେ ମାଆ।
ଯାଜପୁର, ୧୪/୦୫ (ନିରୋଜ କୁମାର ସେଠୀ) : ଦୀର୍ଘ ତିନି ବର୍ଷ ପରେ ବି ମିଳୁନି ମୃତ୍ୟୁ ସହାୟତା ରାଶି, ସାମ୍ବାଦିକ ସମ୍ମିଳନୀ କରି ଆତ୍ମହୁତି ର ଧମକ ଦେଲେ ମାଆ। ସୂଚନାଯୋଗ୍ୟ ଗତ ୨୦୨୩ ମସିହାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ସହାୟତା ରାଶି ମିଳିନଥିବାରୁ ଯୁବକଙ୍କ ମାଆ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଦୁଃଖ ବଖାଣିଛନ୍ତି। ସୋର ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମୃତ ଯୁବକଙ୍କ ମାଆ ରୁପଲତା ଜେନାଙ୍କ ଅଭିଯୋଗ ମୁଳେ ତାଙ୍କ ପୁଅ ଦାମୋଦର ଜେନା ଜଣେ ଦିବ୍ୟାଙ୍ଗ। ଗତ ୨୦୨୩ ମସିହା ଜୁଲାଇ ମାସରେ ଘର ନିକଟରେ ଥିବା ଏକ ପୋଖରୀରେ ବୁଡି ଦାମୋଦରଙ୍କ ମୃତ୍ୟୁ ହୋଇଥିଲା। ସୋର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସରକାରଙ୍କ ତରଫରୁ ପାଣିରେ ବୁଡି ମୃତ୍ୟୁ ବରଣ କଲେ ମିଳୁଥିବା ଅନୁକମ୍ପା ରାଶି ୪ଲକ୍ଷ ଟଙ୍କା ପାଇବାକୁ ତାଙ୍କ ପରିବାର ଲୋକେ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ଏଯାବତ ତାଙ୍କୁ ଉକ୍ତ ଅନୁକମ୍ପା ରାଶି ମିଳିପାରିନାହିଁ। ଶେଷରେ ତାଙ୍କ ଦୁଃଖକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସହିତ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ରୁପଲତା ଜେନା ପେସମିଟ ମାଧ୍ୟମରେ ଜଣାଇଛନ୍ତି। ଯଦି ସରକାର ତାଙ୍କ ଦୁଃଖ ନଶୁଣନ୍ତି ତେବେ ଆଗାମୀ ଦିନରେ ସେ ସୋର ତହସିଲ ପରିସରରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।