Hot Posts

6/recent/ticker-posts

ବାଲିଅନ୍ତା ହିଂସାକାଣ୍ଡ ପରେ ପୋଲିସ ବ୍ୟବସ୍ଥାରେ ବଡ଼ ସଂସ୍କାର : ଡିଜିପିଙ୍କ କଡ଼ା ନିର୍ଦ୍ଦେଶ

କଟକ, ୧୧/୦୫ ( କାହୁଁ ଚରଣ ବାରିକ ) : ବାଲିଅନ୍ତା ହିଂସାକାଣ୍ଡ ପରେ ପୋଲିସ ପ୍ରଶାସନରେ ବଡ଼ ଧରଣର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଡିଜିପି ୱାଇ. ବି. ଖୁରାନିଆ। ରାଜ୍ୟର ପୋଲିସ ବାହିନୀକୁ ଅଧିକ ସକ୍ରିୟ ଏବଂ ଶୃଙ୍ଖଳିତ କରିବା ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପ୍ୟାରେଡ୍’ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତିଦିନ ସକାଳ ୯ଟା ପୂର୍ବରୁ ଥାନା ପରିସରରେ ସମସ୍ତ ପୋଲିସ କର୍ମଚାରୀ ଏକାଠି ହେବେ। ଗତ ୨୪ ଘଣ୍ଟା ମଧ୍ୟରେ ଘଟିଥିବା ଅପରାଧ ଏବଂ ଆଗକୁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଥାନା ଅଧିକାରୀ ବ୍ରିଫିଂ ଦେବେ। କେଉଁ କର୍ମଚାରୀଙ୍କୁ କେଉଁ ଦାୟିତ୍ୱ ଦିଆଯିବ ଏବଂ କେଉଁ ମାମଲାର ତଦନ୍ତ କେଉଁ ପର୍ଯ୍ୟାୟରେ ଅଛି, ତା’ର ସମୀକ୍ଷା କରାଯିବ। ଏହି ପ୍ୟାରେଡ୍ ଜରିଆରେ କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରାଯାଇଛି।