ଯୁବ କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବିକାଶ ପାଇଁ ଆରଏସଏସର ପ୍ରଶିକ୍ଷଣ ବର୍ଗ ସଫଳତାର ସହ ସମାପ୍ତ
କଟକ, ୨୫/୦୫ ( କାହୁଁ ଚରଣ ବାରିକ ) : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି ଓ ସଂଘ କାର୍ଯ୍ୟ ଅଭିବୃଦ୍ଧି ନିମନ୍ତେ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ପ୍ରଶିକ୍ଷଣ ବର୍ଗ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ କେଶବ ଧାମ, ଗତିରାଉତ ପାଟଣା ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର ପରିସରରେ ସଂଘର ଏହି ସଂଘଶିକ୍ଷା ବର୍ଗ (ସାମାନ୍ୟ), ଓଡ଼ିଶା ପୂର୍ବର ପ୍ରଶିକ୍ଷଣ ବର୍ଗ ଗତ ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ତା ୯.୫.୨୦୨୭ ରିଖରେ ପ୍ରାରମ୍ଭ ହୋଇ ଥିଲା। ଆଜି ଏହାର ସମାରୋପ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ,ର ଉପ ନିର୍ଦ୍ଦେଶକ ଡକ୍ଟର ମିହିର ଦାସ ସଂଘର ପୂର୍ବକ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ସଂଘର ସହ ସରକାର୍ଯ୍ୟବାହ ରାମଦତ୍ତ ଚକ୍ରଧରଜୀ ମଞ୍ଚରେ ଉପସ୍ଥିତ ଥିଲେ ।