ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଢେଙ୍କାନାଳ, ୧୬/୦୫ (ନିରୋଜ କୁମାର ସେଠୀ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତା ଦେଇ ଯାଉଥିବା ପାଟରପଦା ଇସ୍କନ ମଠ ପାଖରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି ମୃତକ ଜଣକ ରାହାବେରିଣୀ ଗ୍ରାମର ବୋଲି ଜଣାପଡିଛି ସୂଚନା ଅନୁଯାୟୀ ଆଜି ସକାଳେ ସେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ରୁ ନିଜ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ପିକପ ଗାଡ଼ି ବାଇକ୍ କୁ ଧକ୍କା ଦେଇଥିଲା ଫଳରେ ରଞ୍ଜିତ୍ ବିଶ୍ୱାଳ ବୟସ (୫୫)ଓ ରଶ୍ମିତା ଦେହୁରୀ ବୟସ (୨୫)ଗୋରୁତର ଆହତ ହୋଇଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ୧୦୮ଆମ୍ବୁଲାନ୍ନ ସାହାଯ୍ୟରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜିତ୍ ବିଶ୍ୱାଳ ଙ୍କ ର ମୃତ୍ୟୁ ହୋଇଥିଲା ଏବଂ ରଶ୍ମିତା ଦେହୁରୀ ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି,ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଅଧିକାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି.