Hot Posts

6/recent/ticker-posts

“ଶିକ୍ଷିତ ହୁଅ, ସଂଘଟିତ ହୁଅ, ସଂଘର୍ଷ କର” : ଅମ୍ବେଦକର ଜୟନ୍ତୀରେ ସମାଜକୁ ସନ୍ଦେଶ

ଲାଞ୍ଜିଗଡ, ୧୧/୦୫ ( ଶେଖର ସୁମନ ଦାଶ ) : ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଠାରେ ଡକ୍ଟର ବି.ଆର. ଅମ୍ବେଦକର ବ୍ଳକ, ଏବଂ ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡ଼େରେସନ ମିଳିତ ସହଯୋଗରେ ବୌଦ୍ଧିଶତ୍ଵ ବାବା ସାହେବ ଡ଼.ବି.ଆର ଅମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତି ମହାଆଡମ୍ବର ସହିତ ପାଳନ କରାଯାଇଛି ।  ପ୍ରଥମେ ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା l ପରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ତଥାଗତ ଗୌତମ ବୁଦ୍ଧ ଏବଂ ବାବାସାହେବ ଡ.ଭିତରାଓ ଙ୍କ ପୂଜାର୍ଚ୍ଚନା କରାଯାଇ ବୁଦ୍ଧମ ଶରଣମ ଗଛାମୀ ମନ୍ତ୍ରୋଚ୍ଚାରଣ କରି,କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ AOSCF ର ରାଜ୍ୟ ସଭାପତି ଧୀମାନ ଧନଞ୍ଜୟ ଦୀପ ଯୋଗଦେଇଥିବାବେଳେ, ନିମନ୍ତ୍ରିତ ଅତିଥିଭାବେ AOSCF ଜିଲ୍ଲା ସଭାପତି ଧୀମାନ ବୂନ୍ଦାବନ ନାଗ, ଜିଲ୍ଲା ସମ୍ପାଦକ ଧୀମାନ ଶତୃଘନ ନାଏକ, କାର୍ଯ୍ୟକାରୀ ସଭାପତି ଧୀମାନ ତେଜରାଜ ବେହେରା, ନର୍ଲା ସଭାପତି ଧୀମାନ ରଘୁନାଥ ଦୀପ, ରାମପୁର ବ୍ଳକ ଉପସଭାପତି ଧୀମାନବେଣୁଧର ସୁନା, ରାମପୁର ବ୍ଳକ ସାଧାରଣ ସମ୍ପାଦକ ଧୀମାନ ପ୍ରେମ ସାଗର ନାଏକ, କମର୍ଦ୍ଧା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବୁଦ୍ଧିଆ, ସମାଜସେବୀ ଧୀମାନ ଅର୍ଜୁନ ବେନୁଆଁ,ଶିକ୍ଷକ ଓ ସମାଜସେବୀ ଧୀମାନ ଲୋକନାଥ ହରିଜନ, ନିର୍ଲା ଉପଦେଷ୍ଟା କମିଟି ସଦସ୍ୟ ଧୀମାନ ଧରମ କୁମାର ତାଣ୍ଡି, ସମାଜସେବୀ, ନକୁଳ 6ବନୁଆଁ, ସମାଜସେବୀ କ୍ଷମାସାଗର ସୁନା ମଞ୍ଚାସିନଥିଲେ । ଅନ୍ଧବିଶ୍ଵାସ ଓ ପାଖଣ୍ଡବାଦକୁ ଭୁଲି ବାବା ସାହେବ ଦେଇଥିବା ମନ୍ତ୍ର ଶିକ୍ଷିତ ହୁଅ ସଂଘଟିତ ଓ ସଂଘର୍ଷ ହୁଅକୁ ପାଥେୟ କରି ଶିକ୍ଷା ପ୍ରତି ଧ୍ୟାନ ଦେଇ ସମାଜକୁ ଶିକ୍ଷିତ ଓ ସୁଦୃଢ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏପରିପ୍ରେକ୍ଷୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇକୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟି ଶିକ୍ଷକ ଓ ସମାଜସେବୀ ଧୀମାନ ବିଭୂତି ଉଷଣ ତାଣ୍ଡି ପରିଚାଳନା କରିଥିବାବେଳେ ସମସ୍ତ ପଢ଼ାବାସୀ ତନମନ ଓ ଧନ ଦେଇ ସହଯୋଗ କରିଥିଲେ ।ଶେଷରେ ଡମସମାଜ ର ସଭାପତି ଧୀମାନ ଅର୍ଜୁନ ବେନୁଆଁ ଧନ୍ୟବାଦ ଅର୍ପଣକରିଥିଲେ ।




 କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ