ସାଲେପୁର ବ୍ଳକ ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ
କଟକ, ୧୧/୦୫ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାର ସାଲେପୁର ବ୍ଳକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ,ଗ୍ରାମଞ୍ଚଳ ଏସ୍ପି, ପିଡ଼ି,ପଞ୍ଚାୟତ ସମିତି ଅଧ୍ୟକ୍ଷା ,ଉପଖଣ୍ଡ ଆରକ୍ଷୀ ଅଧିକାରୀ , ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ସହ ଜିଲ୍ଲା ସ୍ତରୀୟ ପ୍ରାୟ ସବୁ ବିଭାଗର ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।ଏହି ଶିବିରରେ ମୋଟ ୧୩୯ ଟି ଅଭିଯୋଗ ନେଇ ଜନ ସାଧାରଣ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।