ଡାକ୍ତର ବସନ୍ତ କୁମାର ପଣ୍ଡାଙ୍କ ସ୍ମୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ଯାଜପୁର, ୦୧/୦୫ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ହ୍ୟୁମାନ ୱେଲଫେୟାର ଫାଉଣ୍ଡେସନ ପରିବାର ର ସଦସ୍ୟ ମାନଙ୍କ ତତ୍ତ୍ୱ!ବଧାନରେ ଆଜି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଯାଇଅଛି..ଏହି କାର୍ଯ୍ୟକ୍ରମ ରେ ବହୁ ସମାଜସେବୀ ଏବଂ ଅନେକ ସ୍ବେଛାସେବୀ ସଂଗଠନ ଯୋଗଦାନ କରିଥିଲେ.. ଏହି କାର୍ଯ୍ୟକ୍ରମକୁ କୁଆଖିଆ ଲା୍ୟନ୍ସ କ୍ଲବର ସଭାପତି ତଥା ଯୁବ ସମାଜସେବୀ ଜନ୍ମଞ୍ଜୟ ସାହୁ ଉଦଘାଟନ କରିଥିଲେ.. ଏହି କାର୍ଯ୍ୟକ୍ରମରେ ସେବା ହିଁ ପରମ ଧର୍ମ ସାମାଜିକ ଅନୁଷ୍ଠାନ, ବିପଦର ବନ୍ଧୁ ସାମାଜିକ ଅନୁଷ୍ଠାନ. ନୂଆ ଆଲୋକ ସାମାଜିକ ଅନୁଷ୍ଠାନ ଯୋଗଦାନ କରିଥିଲେ.. ମଧୁବନ ମେଡିକାଲ ର ଇନଚାର୍ଜ ଡାକ୍ତର ରଶ୍ମି ରଞ୍ଜନ ପ୍ରଶାୟତ ଉପସ୍ଥିତ ରହି ସ୍ବର୍ଗତଃ ଡାକ୍ତର ବସନ୍ତ ପଣ୍ଡା ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧ!ଞ୍ଜଳି ଅର୍ପଣ କରିଥିଲେ.. ଏହି କାର୍ଯ୍ୟକ୍ରମ ରେ ହ୍ୟୁମାନ ୱେଲ ଫେୟାର ଫାଉଣ୍ଡେସନ ପରିବାରର ସଭାପତି ବିମ୍ବାଧର ଓଝା, ଉପସଭାପତି ପରମାନନ୍ଦ ସାହୁ, କୋଷାଧକ୍ଷ ଆଶିଷ କୁମାର ସାହୁ ସମ୍ପାଦକ ନିରାକାର ପୁହାଣ, ଉପଦେଷ୍ଟା ସୁଦର୍ଶନ ସାହୁ, ଚନ୍ଦ୍ରଭାନୁ ବିଶ୍ୱାଳ, ବୈଦ୍ୟନାଥ ସାହୁ, ବିପିନ ବିହାରୀ ମଲ୍ଲିକ ସହିତ ଯୁବ ସମାଜ ସେବୀ ପ୍ରଭାତ କୁମାର ସାହୁ, ସୁଜିତ କୁମାର ସାହୁ, ସୌମ୍ୟ ରଞ୍ଜନ ସାହୁ, ଵାପିନ ସାମଲ, ଦୀପ୍ତି ମହାନ୍ତି, ପ୍ରୀତି ରଞ୍ଜନ ମହାନ୍ତି, ଚିରଞ୍ଜୀବ ସାହୁ,ଦେବାଶିଷ ସାହୁ,ଇନ୍ଦ୍ରମଣି ରଣା,ଅଗ୍ନିବାସ ରଣା,ଚନ୍ଦନ ସାହୁ, ଅନୁପମା ମଲ୍ଲିକ, ଲଷ୍ମୀପ୍ରିୟା ମଲ୍ଲିକ,ଗୁଲର ଶାନ, ଗଙ୍ଗା ସାହୁ,ପ୍ରମୁଖ ସହଯୋଗ କରିଥିଲେ,, ଏହି ଶିବିର ରେ ମୋଟ 36 ୟୁନିଟ ବ୍ଲଡ଼ ସଂଗ୍ରହ କରାଯାଇଥିଲା।